Report Card Odisha

| Daily Odia News

୧,୦୧,୮୦୪.୪୩ କୋଟି ଟଙ୍କାର ୯ଟି ପ୍ରକଳ୍ପକୁ ମଞ୍ଜୁରୀ…..

Odisha, Aug 27 (ANI): Odisha Chief Minister Naveen Patnaik dedicates nine Extracorporeal Membrane Oxygenation (ECMO) machines to SCB Medical College and Hospital, though video conferencing, in Cuttack on Friday. (ANI Photo)

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଶିଳ୍ପାୟନ କ୍ଷେତ୍ରରେ ଆଗକୁ ବଢ଼ୁଛି ଓଡ଼ିଶା। ପୂର୍ବ ଭାରତର ପ୍ରମୁଖ ଶିଳ୍ପ ହବ୍‌ ଭାବେ ଏହାର ସ୍ଥିତି ସୁଦୃଢ଼ କରିଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିକଟରେ ପ୍ରକାଶିତ ରିପୋର୍ଟରେ ପୁଞ୍ଜିନିବେଶରେ ଓଡ଼ିଶା ଉତ୍ତରପ୍ରଦେଶ ଏବଂ ଗୁଜରାଟ ପରେ ତୃତୀୟ ସ୍ଥାନରେ ରହିଛି। ବୃହତ୍‌ ଶିଳ୍ପୋନ୍ନତ ରାଜ୍ୟ ଭାବେ ଏହାର ଯାତ୍ରା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ୩୨ତମ ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷ (ଏଚ୍‌ଏଲ୍‌ସିଏ) ବୈଠକରେ ୧,୦୧,୮୦୪.୪୩ କୋଟି ଟଙ୍କାର ୯ଟି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ବିଭିନ୍ନ କ୍ଷେତ୍ରରେ ୨୮,୫୬୫ କର୍ମନିଯୁକ୍ତି ସୃଷ୍ଟି କରିବ। ଅନୁମୋଦନ ଲାଭ କରିଥିବା ପ୍ରକଳ୍ପ ପ୍ରସ୍ତାବଗୁଡ଼ିକ ହେଲା- ଜଗତସିଂହପୁର ଜଟାଧାରରେ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍‌ ଏହାର ସମନ୍ବିତ ଇସ୍ପାତ କାରଖାନାର କ୍ଷମତା ୧୨ ଏମ୍‌ଟିପିଏରୁ ୨୪ ଏମ୍‌ଟିପିଏକୁ ସମ୍ପ୍ରସାରଣ କରିବ। ଏଥିରେ ୭୫ ହଜାର କୋଟି ଟଙ୍କା ନିବେଶ ହେବ। ଏହାଦ୍ବାରା ୧୨ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଯାଜପୁର କଳିଙ୍ଗ ନଗରରେ ଜିନ୍ଦଲ ଫେରୋସ୍ ଲିମିଟେଡ୍ ୨.୩୫ ଏମ୍‌ଟିପିଏମ୍‌ କ୍ଷମତାର କାର୍ବନ୍ ଷ୍ଟିଲ୍ କାରଖାନା ବସାଇବ। ଏଥିରେ ୩୪୪୯ କୋଟି ଟଙ୍କାର ନିବେଶ ହେବା ସହ ୧୩୯୬ ଜଣଙ୍କୁ ନିଯୁକ୍ତି ମିଳିବ। ଝାରସୁଗୁଡ଼ାରେ ଏମ୍‌ଏସ୍‌ପି ମେଟାଲିକ୍ସ ଲିମିଟେଡ୍ ୧୫୦୦ କୋଟି ଟଙ୍କା ନିବେଶରେ ଏହାର କାରଖାନାର ସମ୍ପ୍ରସାରଣ ଯୋଜନା ରଖିଛି। ଯେଉଁଥିରେ ୪୦୦୦ ଲୋକ ନିଯୁକ୍ତି ପାଇପାରିବେ। ଖୋର୍ଦ୍ଧା ହଳଦିଆପଡ଼ାରେ ଅଭାଦା ଇଲେ‌କ୍ଟ୍ରା ପ୍ରା.ଲିଃ ୧୧,୩୦୦ କୋଟି ଟଙ୍କାରେ ଗ୍ରୀନ୍ ଏନର୍ଜୀ ଉପକରଣ ଏବଂ ଇଏସ୍‌ଡିଏମ୍‌ କ୍ଷେତ୍ରରେ ଏକ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିବ। ଏଥିରେ ୪୦୦୦ କର୍ମନିଯୁକ୍ତି ସମ୍ଭାବନା ରହିଛି। ଖୋର୍ଦ୍ଧାରେ ବର୍ଜର ପେଣ୍ଟ୍‌ସ ଏହାର ଉତ୍ପାଦନ କାରଖାନା ପାଇଁ ୧୪୫୮.୨୫ କୋଟି ଟଙ୍କା ନିବେଶ କରିବ। ଏହାଦ୍ବାରା ୩୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ସେହିପରି ପାରାଦ୍ବୀପରେ ଏଲ୍‌ ଆଣ୍ଡ ଟି ଏନର୍ଜୀ ଗ୍ରୀନ୍ ଟେକ୍ ଲିମିଟେଡ୍ ପକ୍ଷରୁ ବାର୍ଷିକ ୩୨୦,୦୦୦ ଏମ୍‌ଟି କ୍ଷମତା ବିଶିଷ୍ଟ ଗ୍ରୀନ୍ ଆମୋନିଆ କାରଖାନା ପାଇଁ ୧୦୩୦ କୋଟି ଟଙ୍କାର ନିବେଶ କରାଯିବ। ୧୩୧୦ ଜଣ ଏହାଦ୍ବାରା ନିଯୁକ୍ତି ସୁଯୋଗ ପାଇବେ। ଭଦ୍ରକ ଭଣ୍ଡାରୀପୋଖରୀରେ ଇଣ୍ଡିଆନ୍ ଅଏଲ କର୍ପୋରେସନ୍ ଲିମିଟେଡ୍ ପକ୍ଷରୁ ପଲିଷ୍ଟର ଉତ୍ପାଦ ବିିନିର୍ମାଣ କେନ୍ଦ୍ର ପାଇଁ ୪,୩୭୭.୪୬ କୋଟି ଟଙ୍କା ପୁଞ୍ଜିନିବେଶ ହେବ। ୪୩୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଗଞ୍ଜାମ ଗୋପାଳପୁରରେ ପେଟ୍ରୋନେଟ୍ ଏଲ୍‌ଏନ୍‌ଜି ଲିମିଟେଡ୍ ଦ୍ବାରା ୪୦,୦୦,୦୦୦ ଏମ୍‌ଟି କ୍ଷମତାର ଏଲ୍‌ଏନ୍‌ଜି ଟର୍ମିନାଲ ପାଇଁ ୨୩୦୬ କୋଟି ଟଙ୍କା ଖଟାଇବ। ଯେଉଁଥିରେ ୬୬୦ ଜଣ ନିଯୁକ୍ତି ପାଇବେ। କୋରାପୁଟରେ ତୋଷାଳି ସିମେଣ୍ଟ ପ୍ରା.ଲିଃ ପକ୍ଷରୁ ଏହାର କ୍ଲିଙ୍କର କ୍ଷମତା ୧.୭୫ ଏମ୍‌ଟିପିଏ ଏବଂ ସିମେଣ୍ଟ ଗ୍ରାଇଣ୍ଡିଂ କ୍ଷମତା ୧.୪୦ ଏମ୍‌ଟିପିଏକୁ ସମ୍ପ୍ରସାରଣ କରାଯିବ। ଏଥିପାଇଁ ୧୩୮୩.୭୨ କୋଟି ଟଙ୍କା ନିବେଶ କରାଯିବ ଏବଂ ଏହାଦ୍ବାରା ୫୪୯ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ।

Breaking News