ରିପୋର୍ଟ କାର୍ଡ / ଭୁବନେଶ୍ବର
ବିଜେଡିରେ ଯୋଗଦେଇଛନ୍ତି ରଞ୍ଜନ ପଲେଇ । ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ବ୍ରହ୍ମପୁର ପର୍ଯ୍ୟବେକ୍ଷକ ତଥା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗଦେଇଛନ୍ତି । ୨୦୧୯ ମସିହାରେ କବିସୂର୍ଯ୍ୟନଗରରୁ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ରଞ୍ଜନ ପଲେଇ। ସାଧାରଣ ନିର୍ବାଚନରେ ୪୩ ହଜାର ଭୋଟ୍ ପାଇଥିଲେ । ରଞ୍ଜନ ତାଙ୍କ ସମର୍ଥକ ସହ ଶଙ୍ଖ ଭାବନରେ ବିଜେଡିରେ ଯୋଗଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ କବିସୂର୍ଯ୍ୟନଗର ବିଧାୟକ ଲତିକା ପ୍ରଧାନ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଉପସ୍ଥିତ ଥିଲେ ।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..
ଶ୍ରୀମନ୍ଦିର ପରିସରରେ ହାତାହାତି…..