Report Card Odisha

| Daily Odia News

୧୭ରେ ସର୍ବଦଳୀୟ ବୈଠକ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଆସନ୍ତା ୧୮ ତାରିଖରୁ ୨୨ ତାରିଖପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଆସନ୍ତା ୧୭ ତାରିଖ ଅପରାହ୍ଣ ସାଢ଼େ ୪ଟାରେ ସର୍ବଦଳୀୟ ବୈଠକ ଅନଉଷ୍ଠିତ ହେବ । ଏନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି । ତେବେ ସଂସଦର ସ୍ୱତନ୍ତ୍ର ଅଧିବେଶନ ସେପ୍ଟେମ୍ବର ୧୮ରେ ପୁରୁଣା ଭବନରେ ହିଁ ଆରମ୍ଭ ହେବ। ୧୯ ତାରିଖରେ ଗଣେଶ ଚତୁର୍ଥୀ ଅବସରରେ ନୂଆ ସଂସଦ ଭବନରେ ସଂସଦର ପ୍ରଥମ ଅଧିବେଶନ ହେବ। ୧୮ରେ ପୁରୁଣା ଭବନରେ ଅଧିବେଶନ ଆରମ୍ଭ ହେବା ପରେ ୧୯ରେ ଏହା ନୂଆ ଭବନକୁ ସ୍ଥାନାନ୍ତର ହେବ।

Breaking News