Report Card Odisha

| Daily Odia News

ଅଭିନେତା ରିଓ କପାଡ଼ିଆଙ୍କ ପରଲୋକ…..

ରିପୋର୍ଟ କାର୍ଡ / ମୁମ୍ବଇ

ହିନ୍ଦୀ ସିନେଜଗତର ଲୋକପ୍ରିୟ ଅଭିନେତା ରିଓ କପାଡ଼ିଆଙ୍କ ପରଲୋକ ଘଟିଛି। ୬୬ବର୍ଷୀୟ ରିଓଙ୍କର ଦେହାନ୍ତ ହୋଇଥିବା ନେଇ ତାଙ୍କ ବନ୍ଧୁ ଫୈଜଲ ମଲିକ ସୂଚନା ଦେଇଛନ୍ତି। ସେ ବଲିଉଡ଼ର ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି ରିଓ। ‘ଦିଲ୍‌ ଚାହତା ହୈ’, ‘ଚକ ଦେ ଇଣ୍ଡିଆ’ ଓ ‘ହାପି ନ୍ୟୁ ଇୟର’ ଆଦି ଚଳଚ୍ଚିତ୍ରରେ ଦମ୍‌ଦାର ଭୂମିକାରେ ଅଭିନୟ କରି ସେ ଦର୍ଶକଙ୍କ ହୃଦୟ ଜିତି ପାରିଥିଲେ। ଶେଷ ଥର ପାଇଁ ତାଙ୍କୁ ପ୍ରାଇମ୍‌ ଭିଡିଓର ୱେବ୍‌ ସିରିଜ୍‌ ‘ମେଡ୍‌ ଇନ୍‌ ହେଭେନ୍‌-୨’ରେ ଦେଖିବାକୁ ମିଳିଥିଲା। ଆସନ୍ତାକାଲି ଆର୍ଥାତ୍‌ ସେପ୍ଟେମ୍ବର ୧୫ରେ ଗୋରେଗାଓଁର ଶିବ ଧାମ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସେ କହିଛନ୍ତି। ଅଭିନେତା ତାଙ୍କ ପତ୍ନୀ ମାରିଆ ଫରାହ ଏବଂ ୨ପୁଅ ଅମନ୍ ଓ ବୀରଙ୍କ ସହ ରହୁଥିଲେ। ତେବେ ରିଓଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

Breaking News