Report Card Odisha

| Daily Odia News

ଦେଶରେ ୩ ମହିଳା ପ୍ରଥମ ମନ୍ଦିର ପୂଜାରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ପ୍ରଥମ ମନ୍ଦିର ପୂଜାରୀ ହେବାକୁ ଯାଉଛନ୍ତି ତାମିଲନାଡୁର ୩ ମହିଳା | ସେମାନେ ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ମହିଳାମାନେ ହେଲେ କ୍ରିଷ୍ଣାଭେନୀ, ଏସ୍‌ ରାମ୍ୟା ଏବଂ ଏନ୍‌ ରଣଜିତା। ଆଗାମୀ ଦିନରେ ସେମାନେ ଦୀର୍ଘଦିନ ଧରି ଚାଲିଆସୁଥିବା ପୁରୁଷ ପରମ୍ପରାକୁ ଭାଙ୍ଗି ରାଜ୍ୟର ମନ୍ଦିରଗୁଡ଼ିକରେ ସହକାରୀ ପୁରୋହିତ ଭାବେ ନିଯୁକ୍ତ ହେବେ। ତାମିଲନାଡ଼ୁ ମନ୍ତ୍ରୀ ଶେଖର ବାବୁ ମଙ୍ଗଳବାର ଶ୍ରୀରଙ୍ଗନାଥର ମନ୍ଦିର ଦ୍ୱାରା ପରିଚାଳିତ ଆର୍ଚାକର ଟ୍ରେନିଂ ସ୍କୁଲରେ ପ୍ରଶିକ୍ଷଣ ଶେଷ କରିଥିବା ପୁରୁଷଙ୍କ ସହ ୩ ମହିଳାଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ସମସ୍ତେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ହିନ୍ଦୁ ଧର୍ମ ଏବଂ ଚାରିଟେବୁଲ୍‌ ଏଣ୍ଡୋମେଣ୍ଟସ୍‌ ବିଭାଗ ଦ୍ୱାରା ପରିଚାଳିତ ମନ୍ଦିରରେ କାମ କରିବେ।
କହିରଖୁଛୁ, ୨୦୨୧ରେ ଡିଏମ୍‌କେ ସରକାର କ୍ଷମତାକୁ ଆସିବା ପରେ ସମସ୍ତ ଜାତିର ଲୋକଙ୍କୁ ପୁରୋହିତ ତାଲିମ ପ୍ରଦାନ ପାଇଁ ପଦକ୍ଷେପ ନେଇ ଘୋଷଣା କରିଥିଲେ। ଏହାପରେ ଉକ୍ତ ମହିଳାମାନେ ପୁରୋହିତ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ବର୍ତ୍ତମାନ ସମୟରେ ମହିଳାମାନେ ସମସ୍ତ କ୍ଷେତ୍ରରେ ଉପସ୍ଥିତ ଥିବା ବେଳେ ଏଭଳି ପ୍ରୟାସ ଉଦାହରଣ ପାଲଟିବ ବୋଲି ସେମାନେ ଭାବିଥିବା ପ୍ରକାଶ କରିଛନ୍ତି।

Breaking News