Report Card Odisha

| Daily Odia News

ଆଜି ପବିତ୍ର ଗଣେଶ ଚତୁର୍ଥୀ …..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ପବିତ୍ର ଗଣେଶ ଚତୁର୍ଥୀ ବା ବିନାୟକ ଚତୁର୍ଥୀ । ବିଘ୍ନ ବିନାଶକ ଗଣେଶଙ୍କର ଜନ୍ମଦିନ | ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଆଦିଦେବ ଗଣେଶଙ୍କର ପୂଜା କରାଯାଏ। ଗଣେଶ ସବୁ ବିଘ୍ନ କୁ ଦୂର କରିଦିଅନ୍ତି | ସବୁ ପୂଜାରେ ପ୍ରଥମେ ଗଣେଶ ଙ୍କୁ ପୂଜା କରାଯାଇଥାଏ | ମାତା ପାର୍ବତୀ ଆଉ ଶିବ ଶିବଶଙ୍କର ଙ୍କର ପୁତ୍ର ହେଉଛନ୍ତି ଗଣେଶ | ସେ ବହୁତ ବୁଦ୍ଧିଆ | ତାଙ୍କୁ ପୂଜା କଲେ ସବୁ ବିଘ୍ନ ଦୂର ହେବ ସହିତ ବିଦ୍ୟା ଆଉ ବୁଦ୍ଧି ପ୍ରଦାନ କରିଥାନ୍ତି | ବିଶେଷକରି ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଏହି ପୂଜା କରାଯାଇଥାଏ। ଗଣେଶ ପୂଜା ଅନେକ ଦେଶରେ ପାଳନ କରାଯାଏ | ମାଲେସିଆ, ସିଙ୍ଗାପୁର, କାନାଡ଼ା, ଅଷ୍ଟ୍ରେଲିଆ ଭଳି ଅନେକ ଦେଶରେ ଗଣେଶ ଚତୁର୍ଥୀ ମାନିଥାନ୍ତି | ଦକ୍ଷିଣ ଭାରତରେ ଗଣେଶ ପୂଜା ବହୁତ ଖାସ ହୋଇଥାଏ | ମହାରଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ କେରଳ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ଗୋଆରେ ଗଣେଶ ପୂଜା ବେଶ ଧୁମଧାମରେ ପାଳନ କରାଯାଏ | ଓଡ଼ିଶରେ ମଧ୍ୟ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ପୂଜା ମଣ୍ଡପ ଗୁଡିକୁ ଏଥିପାଇଁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି। ଗଣେଶ ପୂଜାକୁ ନେଇ ଉତ୍ସବମୁଖର ପରିବେଶ ।

 

Breaking News