ରିପୋର୍ଟ କାର୍ଡ / ଭୁବନେଶ୍ୱର
କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ପଶ୍ଚିମ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, କୃଷିଭିତ୍ତିକ ନୂଆଖାଇର ଶୁଭ ପର୍ବରେ ସମସ୍ତ ଦେଶବାସୀ, ବିଶେଷକରି ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା। ଏହି ପବିତ୍ର ପର୍ବରେ ଲୋକମାନେ ଧାନ ଅମଳ ଉତ୍ସବ ପାଳନ କରନ୍ତି। ଏହି ପର୍ବ ଆମକୁ ଭାଇଚାରା ଏବଂ ପାରସ୍ପରିକ ସମନ୍ୱୟର ବାର୍ତ୍ତା ଦେଇଥାଏ। ଏହି ଶୁଭ ଅବସରରେ ମୁଁ ଦେଶ ତଥା ଦେଶବାସୀଙ୍କ ସମୃଦ୍ଧି ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛି। ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଶାନ୍ତି, ମୈତ୍ରୀ ଓ ଆନନ୍ଦର ପବିତ୍ର ପରମ୍ପରା ଓ ପର୍ବ ‘ନୂଆଁଖାଇ’ ଅବସରରେ ରାଜ୍ୟବାସୀ ବିଶେଷ କରି ପଶ୍ଚିମ ଓଡ଼ିଶାର ଭାଇ ଭଉଣୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ମା ସମଲେଇଙ୍କୁ ପ୍ରାର୍ଥନା କରି ସମସ୍ତଙ୍କ ସମୃଦ୍ଧି କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟୁଇଟରରେ ଲେଖିଛନ୍ତି, କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା। ମା’ ସମଲେଶ୍ବରୀଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ। କେନ୍ଦ୍ର ମନ୍ତ୍ର ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆମର୍ ମହାନ୍ ପରବ୍ ‘ନୂଆଁଖାଇ’ ଆଏଜ୍ ପାଲନ୍ ହେଉଛେ । ଇଥିର୍ ଲାଗି ମାଁ- ବହେନ୍, ଦାଦା-ଭାଏ ମାନ୍କୁଁ ମୋର୍ “ନୂଆଁଖାଇ ଜୁହାର୍” । ଆପଣ୍ମାନ୍କଁର୍ ଜୀବନ୍ଥି ସୁଖ୍, ଶାନ୍ତି ଆଉ ସମ୍ରୁଦ୍ଧି ଲାଗି ପ୍ରାର୍ଥନା କରୁଛେଁ।






More Stories
ଆଜି ମନ୍ତ୍ରୀ ପରିଷଦ ବୈଠକ…..
ଓଏଏସ୍ ଅଧିକାରୀଙ୍କ ବଦଳି……
୨୦ରୁ ଠିକାଦାରଙ୍କ ଆନ୍ଦୋଳନ…..