Report Card Odisha

| Daily Odia News

ବିଧାୟକ ଓ ଝିଅଙ୍କୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ…..

ରିପୋର୍ଟ କାର୍ଡ / ପୋଲସରା

ପୋଲସରା ବିଧାୟକ ତଥା ପୂର୍ବତନ ଶ୍ରମ ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ତାଙ୍କ ଝିଅକୁ ହତ୍ୟା ଷଡ଼ଯନ୍ତ୍ର କରା ଯାଉଥିବା ନେଇ ନିଜେ ବିଧାୟକ ଶ୍ରୀ ସାହୁ ପୋଲସରା ଥାନାରେ ଅଭିଯୋଗ କରିଛନ୍ତି | ଶ୍ରୀ ସାହୁ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି ଯେ ଚଳିତ ମାସ ୧୩ ତାରିଖ ଦିନ ସକାଳ ୮.୩୦ ସମୟରେ ସେ ପୋଲସରା ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ମୋବାଇଲରେ ଦେଖିବାକୁ ପାଇଲେ ଯେ ବିକାଶ ବେହେରା ନାମକ ଜଣେ ସଂଯୁକ୍ତା ମହଲାଙ୍କ ଫେସବୁକ୍ ରେ ଚାଟ କରି ବିଧାୟକ ଶ୍ରୀକାନ୍ତଙ୍କୁ ହତ୍ୟା କରିବା ପାଇଁ ତାଙ୍କର ସହାୟତା ଲୋଡିଛନ୍ତି। ଏଥି ସହିତ ଭୁବନେଶ୍ବର ସମ ହସ୍ପିଟାଲ ଓ ମେଡିକାଲ କଲେଜରେ ପଢୁଥିବା ବିଧାୟକଙ୍କ ଝିଅକୁ ମଧ୍ୟ ହତ୍ୟା କରିବା ପାଇଁ କହିଥିବା ଶ୍ରୀକାନ୍ତ ତାଙ୍କ ଏତଲାରେ ଅଭିଯୋଗ କରିଛନ୍ତି। ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଏତଲା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ସଂଯୁକ୍ତା ମହଲା। ସେ କହିଛନ୍ତି, ମୋତେ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର କରି ଫସାଯାଇଛି। ବିକାଶ ବେହେରା କିଏ ମୁଁ ଜାଣିନି କି ଚିହ୍ନି ନହିଁ। ଅନେକ ଦିନ ତଳେ ବିକାଶଙ୍କ ସହ ଚାଟିଂ କରିଥିଲି। ମୋର କେବଳ ଏତିକି ଭୁଲ୍ ଯେ ମୁଁ ମୋ ଫୋନ୍‌ ନମ୍ବର ଦେଇଛି। ତା’ ପରେ ବିକାଶ ମୋତେ କେବେ ଫୋନ୍‌ କରିନାହିଁ। ସଂଯୁକ୍ତା ଆହୁରି କହିଛନ୍ତି, ବିକାଶ ନାଁରେ ଫେକ୍‌ ଆକାଉଣ୍ଟ ଖୋଲି ଶ୍ରୀକାନ୍ତ ସାହୁ ଚକ୍ରାନ୍ତ କରିଛନ୍ତି। ମୋତେ ଚକ୍ରାନ୍ତ କରି ଶ୍ରୀକାନ୍ତ ସାହୁ ଫସାଇବାକୁ ଚେଷ୍ଟା କରୁଛନ୍ତି। ମୁଁ ବିଧାୟକଙ୍କ ନାଁରେ ଏତଲା କରିଥିଲି। କିନ୍ତୁ ଏଯାଏ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

Breaking News