ରିପୋର୍ଟ କାର୍ଡ / ଭୁବନେଶ୍ୱର
ପାର୍ବଣ ପୂର୍ବରୁ ଆକ୍ସନ ମୋଡରେ କମିଶନରେଟ ପୋଲିସ । ରାଜଧାନୀରେ ରାତିତମାମ ବିଭିନ୍ନ ସ୍ଥାନରେ ବୋଲି ଅପରାଧୀଙ୍କୁ ଉଠାଇ ନେଉଛି। ଗତକାଲି ଲକ୍ଷ୍ମୀସାଗର ଓ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ୬୦ଟି ପୋଲିସ ଟିମ୍ ଖଟି ଓ ଖୋଲା ସ୍ଥାନରେ ମଦ ପିଉଥିବା ସ୍ଥାନ ଉପରେ ରେଡ୍ କରିଛି। ଏହି ଚଢ଼ାଉ ବେଳେ ୬ ଜଣଙ୍କୁ ଉଠାଇ ଆଣି ସେମାନଙ୍କ ଠାରୁ ୬ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ଗତକାଲି ରାତିରେ କ୍ୟାପିଟାଲ ଥାନା ଅଞ୍ଚଳରେ ଥିବା ଏକ ଖେଳ ପଡ଼ିଆରେ ୧୬ ଜଣ ବସି ଖଟି କରୁଥିଲେ। ସେମାନଙ୍କୁ ଡାକି ପଚରାଉଚରା କରିଛି ପୋଲିସ । ଏହାସହ ସେମାନଙ୍କ ବିଷୟରେ ଖୋଳତାଡ଼ ଆରମ୍ଭ କରିଦେଇଛି। ସେଫ ସିଟି ଡ୍ରାଇଭ ଅଧିନରେ କମିଶନରେଟ ପୋଲିସ ଏହି ଚଢ଼ାଉ କରୁଛି । ଖୋଲା ସ୍ଥାନରେ ମଦ ପିଇ ଖଟି କରୁଥିବା ଲୋକଙ୍କ ବିଷୟରେ ସୂଚନା ଦେବାପାଇଁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି କମିଶନରେଟ ପୋଲିସ | ସେଥିପାଇଁ ୭୦୭୭୭୯୮୧୧୧ ହ୍ୱାଟ୍ସଆପ୍ ନମ୍ବର ଜାରି କରାଯାଇଛି |






More Stories
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..