ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତାକାଲି ଆସିବାକୁ କହି ଆଜି ସୁପ୍ରିମ୍ କୋର୍ଟ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ ଆବେଦନ ଶୁଣାଣି କରିବାକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଆନ୍ଧ୍ର ପ୍ରଦେଶ ଦକ୍ଷତା ବିକାଶ ନିଗମରେ ଦୁର୍ନୀତିରେ ସମ୍ପୃକ୍ତି ଥିବା ଦର୍ଶାଇ ରାଜ୍ୟ ‘କ୍ରାଇମ୍ ଇନ୍ଭେଷ୍ଟିଗେସନ୍ ବ୍ୟୁରୋ’ (ସିଆଇଡି) ତାଙ୍କ ନାମରେ ଦେଇଥିବା ‘ଏଫ୍ଆଇଆର୍’ ରଦ୍ଦ କରିବା ଲାଗି ଶନିବାର ଦିନ ନାଇଡୁ ସୁପ୍ରିମ୍ କୋର୍ଟରେ ଆବେଦନ କରିଥିଲେ। ଆସନ୍ତାକାଲି ଆସନ୍ତୁ କହି ମଙ୍ଗଳବାର ସନ୍ଧ୍ୟା ବେଳେ ଏହି ମାମଲା ଉଲ୍ଲେଖ କରିବା ଲାଗି ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ନାଇଡୁଙ୍କ ଓକିଲଙ୍କୁ କହିଛନ୍ତି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….