ରିପୋର୍ଟ କାର୍ଡ / କଟକ
ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ କୁମାର ଜେନାଙ୍କ ପାଇଁ ଅଡ଼ୁଆ ବଢିଛି। ବିଧାୟକ, ସାଂସଦଙ୍କ ବିରୋଧରେ ଥିବା ଫୌଜଦାରୀ ମାମଲାର ଶୁଣାଣି ପାଇଁ ପ୍ରତିଷ୍ଠା କରାଯାଇଥିବା ଭୁବନେଶ୍ବରସ୍ଥିତ ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ଅଦାଲତରେ ଶ୍ରୀ ଜେନାଙ୍କ ବିରୋଧରେ ଥିବା ମାମଲାର ଶୁଣାଣି ଚାଲିବ। ଏନେଇ ସାଲେପୁର ଜେଏମ୍ଏଫ୍ସି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗକାରୀ ଓ ସାକ୍ଷୀଙ୍କ ବୟାନ, ଅନ୍ୟ ରେକର୍ଡରୁ ଶ୍ରୀ ଜେନାଙ୍କ ବିରୋଧରେ (୩୦୨)ହତ୍ୟା, (୧୨୦-ବି)ଆପରାଧିକ ଷଡ଼୍ଯନ୍ତ୍ର, ୫୦୬( ହତ୍ୟା ଧମକ) ଅଭିଯୋଗ ନେଇ ଆପାତତଃ ମାମଲା ରହିଛି ବୋଲି ଅଦାଲତ କହିଛନ୍ତି। ଶ୍ରୀ ଜେନା ମାହାଙ୍ଗା ବିଧାୟକ ହୋଇଥିବାରୁ ମାମଲାର ରେକର୍ଡ ଭୁବନେଶ୍ବର ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ଅଦାଲତକୁ ସ୍ଥାନାନ୍ତର ପାଇଁ ସାଲେପୁର ଜେଏମ୍ଏଫ୍ସି ନିର୍ଦ୍ଦେଶ ଦେଇଛନ୍ତି। ସାଲେପୁର ଜେଏମ୍ଏଫ୍ସି ଅଦାଲତ ରଣଜିତ କୁମାର ବରାଳଙ୍କ ପକ୍ଷରୁ ଦାୟର କଂପ୍ଲେନ୍ କେସ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..