Report Card Odisha

| Daily Odia News

ଲାଞ୍ଚନେଇ ଧରାପଡ଼ିଲେ କିରାଣି….

ରିପୋର୍ଟ କାର୍ଡ / ଭୁବନେଶ୍ୱର

୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦୁଝର ଜିଲ୍ଲା ଆୟୁର୍ବେଦ ମେଡିକାଲ ଅଫିସରଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ଦେବାଶିଷ ମହାପାତ୍ର। କିଛି ଆୟୁର୍ବେଦିକ ଆସିଷ୍ଟାଣ୍ଟଙ୍କ ବକେୟା ଦରମା ବିଲ୍ କରି ଦେବା ପାଇଁ ଶ୍ରୀ ମହାପାତ୍ର ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ଜଣେ ଆୟୁର୍ବେଦିକ ଆସିଷ୍ଟାଣ୍ଟଙ୍କ ଠାରୁ ସେ ସେହି ୧୫ ହଜାର ଟଙ୍କାରୁ ୫ ହଜାର ଟଙ୍କା ଅଗ୍ରୀମ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିବା ଜଣାପଡିଛି | ତାଙ୍କ ଠାରୁ ଲାଞ୍ଚ ଅର୍ଥ ଜବତ କରି ତିନିଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରିରଖିଛି |

Breaking News