ରିପୋର୍ଟ କାର୍ଡ / ସୁନ୍ଦରଗଡ଼
ମୌସୁମୀ ଯାଇନଥିବା ବେଳେ ଶୀତର ଆଭାସ ଦେଖିବାକୁ ମିଳିଛି। ସୁନ୍ଦରଗଡ଼ ଜିଲ୍ଲା କୋଇଡାରେ ଦେଖିବାକୁ ମିଳିଛି ଚଳିତ ବର୍ଷର ପ୍ରଥମ ଘନକୁହୁଡି। ଆଜି ସକାଳେ କୋଇଡ଼ା ଅଞ୍ଚଳକୁ ଘନ କୁହୁଡିରେ ଢ଼ାଙ୍କି ରଖିଥିଲା। ଘନ କୁହୁଡ଼ି ଯୋଗୁ ରାସ୍ତାଘାଟ କିଛି ଦେଖା ଯାଉନଥିଲା। ଏପରିକି ୨୦ମିଟର ଆଗକୁ ଦୃଶ୍ୟମାନ ହେଉ ନଥିଲା। ରାସ୍ତାଘାଟ କିଛି ଦେଖାଯାଉ ନ ଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ିମଟର ଠିଆ ହୋଇ ରହିଥିଲା। କୋଇଡ଼ା ଖଣିଖାଦାନର ଅଞ୍ଚଳ ହୋଇଥିବାରୁ ପ୍ରତିଦିନ ଶହଶହ ଟ୍ରକ୍ ଯାତାୟତ କରିଥାନ୍ତି। ଆଜି ସକାଳେ ଘନ କୁହୁଡି ଯୋଗୁ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା। କୋଇଡାର ଟେନସା, କାଲଟା ଯାଉଥିବା ଅନେକ ଗାଡି ରାସ୍ତାରେ ଅଟକି ରହିଥିଲା।






More Stories
୨୩ ରୁ ହାଇକୋର୍ଟ ବନ୍ଦ…..
ମୁଖ୍ୟମନ୍ତ୍ରୀ ଜାରି କଲେ ୮ସୂତ୍ରୀ ମାର୍ଗଦର୍ଶିକା…..
ବେଆଇନ ନିଯୁକ୍ତି ନେଇ ତାଗିଦ…..