ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଖଲିସ୍ତାନୀ ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର ଓ ଡ୍ରଗ୍ ଡିଲର୍ସ ମଧ୍ୟରେ ଥିବା କନେକସନ୍କୁ କାଟିବାକୁ ଅଣ୍ଟା ଭିଡ଼ିଛି ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସି(NIA) । NIA ଏହି ଘଟଣାରେ ଏକସଙ୍ଗେ ୬ଟି ରାଜ୍ୟର ୫୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଚଢ଼ାଉ କରିଛି। ରାଜ୍ୟଗୁଡ଼ିକ ମଧ୍ୟରେ ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଓ ଦିଲ୍ଲୀ ବି ସାମିଲ ଅଛି। ପଞ୍ଜାବର ୩୦ଟି ସ୍ଥାନରେ NIA ଟିମ୍ ଚଢ଼ାଉ କରିଥିବା ବେଳେ ରାଜସ୍ଥାନର ୧୩, ହରିୟାଣାର ୪, ଉତ୍ତରାଖଣ୍ଡର ୨, ଦିଲ୍ଲୀ- ଏନସିଆର ଓ ଉତ୍ତରପ୍ରଦେଶରେ ଗୋଟିଏ ଗୋଟିଏ ଜାଗାରେ ଚଢ଼ାଉ ଜାରି ରହିଛି। NIA ସୂଚନା ଅନୁଯାୟୀ, ବିଦେଶରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ଓ ଗ୍ୟାଙ୍ଗଷ୍ଟର ଭାରତରେ ଡ୍ରଗ୍ସ ଓ ଅସ୍ତ୍ରଶସ୍ତ୍ର ପାଇଁ ଫଣ୍ଡିଂ କରୁଛନ୍ତି। ଖଲିସ୍ତାନୀ ଆତଙ୍କବାଦୀ ଓ ଗ୍ୟାଙ୍ଗଷ୍ଟରଙ୍କ ଏହି ଫଣ୍ଡିଂ ଚେନ୍କୁ ଶେଷ କରିବାକୁ NIA ବିଭିନ୍ନ ସ୍ଥାନରେ ଚଢ଼ାଉ କରି ତନାଘନା କରୁଛି। ଏହି ମାମଲାରେ ଗିରଫ ହୋଇଥିବା ଆତଙ୍କବାଦୀଙ୍କ ନିକଟରୁ NIA ପ୍ରମାଣ ଯୋଗାଡ଼ କରିବାରେ ଲାଗି ପଡ଼ିଛି।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……