Report Card Odisha

| Daily Odia News

ମୋ ବସ୍‌ରୁ ୪ଟି ମୋବାଇଲ ଫୋନ୍ ଚୋରି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ଗୋଟିଏ ମୋ ବସ୍‌ରୁ ୪ଟି ମୋବାଇଲ ଫୋନ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବସ୍‌ଟି ବରମୁଣ୍ଡାରୁ ଟଙ୍କପାଣି ସାଇ ମନ୍ଦିର ଯାଉଥିଲା । ସିଆରପି ଛକ ନିକଟରେ ମୋବାଇଲ ଗୁଡ଼ିକ ଚୋରି ହୋଇଥିବା ଅଭିଯୋଗ ହୋଇଛି। ମୋବାଇଲ ଫୋନ୍‌ ଚୋରି ହୋଇଥିବା ଅଭିଯୋଗ ହେବା ପରେ ମୋ ବସ୍‌ଟି ଅଟକି ଥିଲା। କୌଣସି ଯାତ୍ରୀଙ୍କୁ ବସ୍‌ରୁ ବାହାରିବାକୁ ଦିଆଯାଇ ନଥିଲା। ପୋଲିସ ପହଞ୍ଚିବା ପରେ ସମସ୍ତ ଯାତ୍ରୀଙ୍କୁ ଯାଞ୍ଚ କରାଯାଇଥିଲା। ତେବେ ମୋବାଇଲ ଫୋନ୍‌ ମିଳି ନଥିଲା। କୁହାଯାଉଛି, ଯାତ୍ରୀମାନେ ବସ୍‌ରେ ଚଢ଼ିବା ବେଳେ ଭିଡ଼ର ସୁଯୋଗ ନେଇ ଚୋରମାନେ ମୋବାଇଲ ଫୋନ୍‌ ଲୁଟି ନେଇଛନ୍ତି। ଜଣେ ଯାତ୍ରୀ କହିଛନ୍ତି ଯେ ବସ୍‌ରେ ଚଢ଼ିଲା ବେଳକୁ ତାଙ୍କ ପ୍ୟାଣ୍ଟର ଆଗ ପକେଟରେ ମୋବାଇଲ ଥିଲା। କିନ୍ତୁ ବସ୍‌ରେ ଚଢ଼ିବା ପରେ ତାଙ୍କ ପକେଟ୍‌ରୁ ମୋବାଇଲ ଫୋନ୍ ଗାଏବ ହୋଇଯାଇଥିବା ସେ ଜାଣିବାକୁ ପାଇଲେ। କେତେବେଳେ ତାଙ୍କ ମୋବାଇଲ ଚୋରି ହେଲା, ସେ ଜାଣି ପାରିଲେ ନାହିଁ ବୋଲି କହିଛନ୍ତି ।

Breaking News