Report Card Odisha

| Daily Odia News

ମର୍ମନ୍ତୁଦ ଦୁର୍ଘଟଣା ,୩ ମୃତ…..

ରିପୋର୍ଟ କାର୍ଡ / କେନ୍ଦୁଝର

ଆନନ୍ଦପୁର-କରଞ୍ଜିଆ ରାସ୍ତା ପଦ୍ମପୁର ଗେଟ୍‌‌ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଆନନ୍ଦପୁର ଥାନାର ୫୩ ନମ୍ବର ରାଜ୍ୟ ରାଜପଥ ପଦ୍ମପୁର ଗେଟ ନିକଟରେ ଏହି ଦୁର୍ଘଟଣା ହୋଇଛି | ର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି | ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ଦୁଇଟି ମଟର ସାଇକେଲରେ ଚାରି ଜଣ ଠାକୁରମୁଣ୍ଡା ଆଡକୁ ଯାଉଥିଲା ବେଳେ ବିପରୀତ ପଟରୁ ଆସୁଥିବା ଗୋଟିଏ ଭ୍ୟାନ ଉଭୟ ବାଇକକୁ ଧକ୍କା ଦେଇ ଚଢି ଯାଇଥିଲା। ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।

Breaking News