Report Card Odisha

| Daily Odia News

ପାକିସ୍ତାନରେ ମୃତ୍ୟୁସଂଖ୍ୟା ୫୭ କୁ ବୃଦ୍ଧି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାକିସ୍ତାନରେ ବଡ଼ଧରଣର ଆତ୍ମଘାତୀ ବିସ୍ଫୋରଣରେ ୫୭ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବାଲୁଚିସ୍ତାନ ଏବଂ ଖାଇବର ପଖତୁନ୍‌ଖ୍ବା ପ୍ରଦେଶରେ ଆତଙ୍କବାଦୀମାନେ ଦୁଇଟି ଆତ୍ମଘାତୀ ବିସ୍ଫୋରଣ ଘଟାଇଛନ୍ତି।। ପ୍ରଥମେ ବାଲୁଚିସ୍ତାନରେ ବିସ୍ଫୋରଣ ହୋଇଥି‌ଲା। ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ଉତ୍ସବ ପାଳନ ସମୟରେ ଜଣେ ଆତ୍ମଘାତୀ ଆତଙ୍କବାଦୀ ଏକ ଚଳଚଞ୍ଚଳ ମସଜିଦ୍‌କୁ ଟାର୍ଗେଟ୍‌ କରିଥିଲା। ବାଲୁଚିସ୍ତାନର ମସ୍ତୁଙ୍ଗ ଜିଲ୍ଲା ଅଧୀନସ୍ଥ ଏଆଇ ଫଲା ରୋଡ୍‌ର ମଦିନା ମସଜିଦରେ ପ୍ରବଳ ଭିଡ଼କୁ ଟାର୍ଗେଟ କରି ଜଣେ ଆତଙ୍କବାଦୀ ନିଜକୁ ବି‌ସ୍ଫୋରଣରେ ଉଡ଼ାଇ ଦେଇଥିଲା। ଏଥିରେ ୫୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଆହୁରି ୫୦ରୁ ଅଧିକ ଲୋକ ଆହତ ହୋଇଥିବା ସ୍ଥାନୀୟ ପୁଲିସ ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ଏହାପରେ ଖାଇବର ପଖତୁଙ୍ଖୱା ପ୍ରଦେଶର ହଙ୍ଗୁ ସହରରେ ଆଉ ଏକ ବିସ୍ଫୋରଣ ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି। ଅନେକ ଆହତଙ୍କ ଅବସ୍ଥା ଗୁରୁତର ଅଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ। ତେବେ ଉକ୍ତ ଆକ୍ରମଣ ପାଇଁ କେହି ନିଜକୁ ଦାୟୀ କରିନାହାନ୍ତି। ୧୫ ଦିନ ମଧ୍ୟରେ ମସ୍ତୁଙ୍ଗରେ ଏହା ଦ୍ବିତୀୟ ବିସ୍ଫୋରଣ। ଚଳିତ ମାସ ଆରମ୍ଭରେ ମଧ୍ୟ ମସ୍ତୁଙ୍ଗ ଜିଲ୍ଲାରେ ଅନ୍ୟ ଏକ ବିସ୍ଫୋରଣ ହୋଇ ୧୧ ଜଣ ଆହତ ହୋଇଥିଲେ। ଗତବର୍ଷ କୋଚା ରିସଲଦରର ସିଆ ମସଜିଦ‌ରେ ସମାନ ଆକ୍ରମଣ ହୋଇ ୬୩ ଜଣଙ୍କ ମୃତ୍ୟୁ ହୋଇଥିଲା।

Breaking News