ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଧ୍ୟପ୍ରଦେଶ ଉଜ୍ଜୈନରେ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ପୁଅ ପାଇଁ ବାପା ଫାଶୀ ଦାବିକରିଛନ୍ତି | ଅଭିଯୁକ୍ତର ବାପା କହିଛନ୍ତି ସେ(ପୁଅ ) ଅପରାଧ କରିଛି, ନା ତାକୁ ଭେଟିବାକୁ ପୋଲିସ ଷ୍ଟେସନ ଯାଇଛି, ନା କୋର୍ଟକୁ ଯିବି। ତାକୁ ଫାଶୀ ଦଣ୍ଡ ଦେବା ଉଚିତ୍ ବୋଲି ଅଭିଯୁକ୍ତର ବାପା କହିଛନ୍ତି। ମଧ୍ୟ ପ୍ରଦେଶର ଉଜ୍ଜୈନରେ ଦୁଷ୍କର୍ମ ପୀଡିତା ନାବାଳିକା ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ବୁଲିବୁଲି ସାହାଯ୍ୟ ମାଗିବା ଘଟଣାକୁ ଦେଶବ୍ୟାପୀ ତୀବ୍ର ନିନ୍ଦା କରାଯାଉଛି। ଏପରି ପାଶବୀୟ କାଣ୍ଡ ଭିଆଉଥିବା ଅଭିଯୁକ୍ତକୁ କଠୋରରୁ କଠୋର ଦଣ୍ଡ ଦେବାକୁ ସାଧାରଣରେ ଦାବି ହେଉଛି। ପୋଲିସ ଗିରଫ କରିଥିବା ଅଭିଯୁକ୍ତ ପକ୍ଷରୁ କୌଣସି ଓକିଲ ମାମଲା ନ ଲଢିବାକୁ ସ୍ଥାନୀୟ ବାର୍ ଆସୋସିଏସନ୍ ପକ୍ଷରୁ ଅପଲି ମଧ୍ୟ କରାଯାଇଛି।






More Stories
ଏପ୍ରିଲ ୨୨ରେ କେଦାରନାଥ…..
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..