ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିମାନବନ୍ଦରରେ ନମାଜ ପଢିବା ପାଇଁ ପୃଥକ କୋଠରୀ ଯୋଗାଇ ଦେବାକୁ ଆବେଦନ ହୋଇଥିବା ଯାଚିକାକୁ ଖାରଜ କରିଛନ୍ତି ଗୁଆହାଟି ହାଇକୋର୍ଟ। କୋର୍ଟ ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କହିଛନ୍ତି ନମାଜ ପଢିବା ପାଇଁ ମସଜିଦ ଅଛି ଆବେଦନକାରୀ ସେଠାକୁ ଯିବା ଉଚିତ୍ । ଏହି ପିଟିସନରେ ଜନହିତ କଣ ରହିଛି।ଯଦି ଆବେଦନ ଗ୍ରହଣ କରାଯାଏ, ତେବେ ଏହା କେଉଁ ଜନସାଧାରଣଙ୍କ କେଉଁ ହିତରେ ଲାଗିବ । ଯଦି ବିମାନ ବନ୍ଦରରେ ନମାଜ ପଢିବା ପାଇଁ ଏକ ଅଲଗା କୋଠରୀ ତିଆରି କରାଯାଏ ନାହିଁ, ତେବେ ସମାଜ ପାଇଁ କ’ଣ କ୍ଷତି ହେବ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ମାମଲାରେ ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି ଯେ, ଦିଲ୍ଲୀ, ଅଗରତାଲା ଓ ଥିରୁଭାନନ୍ତପୁରମ ଭଳି ବଡ଼ ବଡ ବିମାନବନ୍ଦରରେ ନମାଜ ପଢିବା ପାଇଁ ଏକ ପୃଥକ କୋଠରୀ ଉପଲବ୍ଧ ହେଉଛି। ସମାନ ଭାବରେ, ଗୁଆହାଟୀ ବିମାନବନ୍ଦରରେ ଏପରି କୋଠରୀ ରହିବା ଉଚିତ। ହାଇକୋର୍ଟର ପ୍ରଧାନ ବିଚାରପତି ସନ୍ଦୀପ ମେହେଟ୍ଟା ଏବଂ ଜଷ୍ଟିସ ସୁସ୍ମିତା ଖଣ୍ଡ କହିଛନ୍ତ, ଯଦି ଏପରି ନ ହୁଏ ତେବେ କଣ କାହାର ମୌଳିକ ଅଧିକାର ଉଲ୍ଲଂଘନ ହେବ କି। ପୃଥକ କୋଠରୀ ଦାବି କରିବା କୌଣସି ନାଗରିକଙ୍କର ଅଧିକାର କି? ଯଦି ବିମାନବନ୍ଦରରେ ଏପରି କରାଯାଏ, ତେବେ ଭବିଷ୍ୟତରେ ଅନ୍ୟ ସର୍ବସାଧାରଣ ସ୍ଥାନରେ ମଧ୍ୟ ଏପରି ଚାହିଦା ରହିବ। ନମାଜ ଓ ପୂଜା କରିବା ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି।
More Stories
ବ୍ୟବଚ୍ଛେଦ ପରେ ହଲଚଲ ହେଲା ମୃତଦେହ…..
ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ନିହତ…..
ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ୩୮ ମୃତ, ୨୯ ଆହତ……