Report Card Odisha

| Daily Odia News

ମାଳଦୀପର ପରବର୍ତ୍ତୀ ରାଷ୍ଟ୍ରପତି ମହମ୍ମଦ ମୁଇଜୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଡକ୍ଟର ମହମ୍ମଦ ମୁଇଜୁ ମାଳଦୀପର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଶନିବାର ଅନୁଷ୍ଠିତ ମତଦାନରେ ସେ ତାଙ୍କର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱି ବର୍ତ୍ତମାନର ରାଷ୍ଟ୍ରପତି ଇବ୍ରାହିମ୍‌‌ ମହମ୍ମଦ ସୋଲିହ୍‌‌ଙ୍କୁ ପରାସ୍ତ କରିଛନ୍ତି। ବିରୋଧୀ ପିପିଏମ୍‌‌-ପିଏମ୍‌‌ସିର ପ୍ରାର୍ଥୀ ଶ୍ରୀ ମୋଇଜୁଙ୍କୁ ୫୪ ପ୍ରତିଶତ ଭୋଟ୍‌‌ ମିଳିଥିବା ବେଳେ ଏମ୍‌‌ଡିପିର ଶ୍ରୀ ସୋଲିହ୍‌‌ଙ୍କୁ ୪୬ ପ୍ରତିଶତ ଭୋଟ୍‌‌ ମିଳିଥିଲା । ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ୪୫ ବର୍ଷୀୟ ଇଞ୍ଜିନିୟର ଶ୍ରୀ ମୁଇଜୁ ଦେଶର ଘରୋଇ ମନ୍ତ୍ରୀ ଭାବେ ୭ବର୍ଷ କାର୍ଯ୍ୟ କରିଛନ୍ତି। ନିଜ ପରାଜୟକୁ ସ୍ୱୀକାର କରି ଶ୍ରୀ ସୋଲିହ୍‌‌ ସାମାଜିକ ଗଣମାଧ୍ୟମ ଜରିଆରେ ମାଧ୍ୟମରେ ନିର୍ବାଚିତ ରାଷ୍ଟ୍ରପତି ମୋଇଜୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆସନ୍ତା ନଭେମ୍ବର ୧୭ତାରିଖରେ ଶ୍ରୀ ମୋଇଜୁ ବିଧିବଦ୍ଧଭାବେ ଦାୟିତ୍ୱ ଗ୍ରହଣ କରିବେ। ସେପର୍ଯ୍ୟନ୍ତ ଶ୍ରୀ ସୋଲିହ୍‌‌ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନିର୍ବାହ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଲଦ୍ୱୀପର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବା ଡକ୍ଟର ମହମ୍ମଦ ମୁଇଜୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ-ମାଲଦ୍ୱୀପ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଏବଂ ଭାରତ ମହାସାଗରରେ ଆମର ସାମଗ୍ରିକ ସହଯୋଗକୁ ବୃଦ୍ଧି କରିବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ ରହିଛି।

Breaking News