ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଙ୍କୁ ମିଳିଛି ଆଶ୍ବସ୍ତି | ଜମି ପ୍ରତିବଦଳରେ ଚାକିରି ଦୁର୍ନୀତିରେ ସମ୍ପୃକ୍ତି ଥିବା ମାମଲାରେ ଆଜି ଦିଲ୍ଲୀର ରାଉଜ୍ ଆଭେନ୍ୟୁ ଅଦାଲତ ଲାଲୁ ପ୍ରସାଦ ଯାଦବ, ତାଙ୍କ ସ୍ତ୍ରୀ ରାବ୍ଡ଼ୀ ଦେବୀ ଓ ସମ୍ପ୍ରତି ବିହାରର ଉପମୁଖ୍ୟମନ୍ତ୍ରୀ ଥିବା ପୁଅ ତେଜସ୍ବୀ ଯାଦବଙ୍କୁ ଜାମିନ ମଞ୍ଜୁର କରିଛନ୍ତି। ଉଲ୍ଲେଖ ଯୋଗ୍ୟ- ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଲାଲୁ ଯାଦବ କେନ୍ଦ୍ର ରେଳମନ୍ତ୍ରୀ ଥିବା ବେଳେ ଉପରୋକ୍ତ ଦୁର୍ନୀତି ହୋଇଥିଲା। ଭାରତୀୟ ରେଳବାଇରେ ନିଯୁକ୍ତି ପାଇବା ପାଇଁ ଲାଲୁ ଯାଦବଙ୍କ ପରିବାର ଲୋକଙ୍କ ନାଁରେ ଜମି ଟ୍ରାନ୍ସ୍ଫର୍ କରାଯାଇଥିବା ଅଭିଯୋଗ ଆଧାରରେ ଏହି ମାମଲା ଚାଲିଛି।






More Stories
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……
ସ୍ବାଇନ ଫ୍ଲୁ ସଂକ୍ରମଣ ; ସବୁ ସ୍କୁଲକୁ ସତର୍କତା ଜାରି…..