ରିପୋର୍ଟ କାର୍ଡ / ସମ୍ବଲପୁର
ଭିସୁଟର ଆସୋସିଏଟ ପ୍ରଫେସରଙ୍କୁ ବାଧ୍ୟତାମୂଳକ ଅବସର କରାଯାଇଛି । ଅଭ୍ୟାସଗତ ବିଶୃଙ୍ଖଳିତ ଆଚରଣ ଓ ବିଶ୍ୱବିଦ୍ୟାଳୟର ଅନୁଶାସନ ଭଙ୍ଗ ଅଭିଯୋଗରେ ବୁର୍ଲା ଭିସୁଟର କମ୍ପ୍ୟୁଟର ଆପ୍ଲିକେସନ ବିଭାଗର ଆସୋସିଏଟ ଫ୍ରଫେସର ସସ୍ମିତା କୁମାରୀ ପାଢୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ବିଶ୍ବବିଦ୍ୟାଳୟର ବୋର୍ଡ ଅଫ ମ୍ୟାନେଜମେଣ୍ଟ ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଛି । ପୂର୍ବରୁ ମଧ୍ୟ ସେ ଥରେ ନିଲମ୍ବିତ ହୋଇଥିଲେ । ଏ ନେଇ ସୂଚନା ଦେଇଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି ।ଭିସୁଟର ବୋର୍ଡ ଅଫ ମ୍ୟାନେଜମେଣ୍ଟର ବୈଠକ ଗତ ୩୦ ତାରିଖରେ ବସିଥିଲା । ବୈଠକରେ ସଂପୃକ୍ତ ଆସୋସିଏଟ ପ୍ରଫେସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସେହି କ୍ରମରେ ଗତକାଲି କୁଳପତି ତାଙ୍କୁ ବାଧ୍ୟତାମୂଳକ ଚାକିରିରୁ ଅବସର ଦେଇଛନ୍ତି। ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।






More Stories
ବିରୋଧୀଙ୍କ ମୌନ ପ୍ରତିବାଦ……
ବରଗଡ ଧନୁଯାତ୍ରା ପାଇଁ ୧ କୋଟି…..
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..