ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆମ୍ ଆଦମୀ ପାର୍ଟି (ଆପ୍) ସାଂସଦ ସଞ୍ଜୟ ସିଂହଙ୍କୁ ୫ଦିନ ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ ହାଜତକୁ ପଠାଇ ଦିଆଯାଇଛି। ଗୁରୁବାର ଇଡି ସଞ୍ଜୟଙ୍କୁ ସ୍ବତନ୍ତ୍ର ଅଦାଲତରେ ହାଜର କରିବା ସହ ନିଜ ହେପାଜତକୁ ନେବା ଲାଗି ଆବେଦନ କରିଥିଲା। ଇଡିର ଆବେଦନ ଆଧାରରେ ଅଦାଲତ ସଞ୍ଜୟଙ୍କୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଏଜେନ୍ସି ହାଜତକୁ ପଠାଇ ଦେଇଛନ୍ତି। ଅଦାଲତ ଅଣାଯିବା ବାଟରେ ଗଣମାଧ୍ୟମକୁ ସମ୍ବୋଧନ କରି ସଞ୍ଜୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଲୋକସଭା ନିର୍ବାଚନରେ ପରାଜୟର ସମ୍ମୁଖୀନ ହେବାକୁ ଯାଉଛନ୍ତି। ତେଣୁ ଏହି ପରାଜୟ ଭୟରେ ମୋଦୀ ବିରୋଧୀ ଦଳ ନେତାଙ୍କୁ ଗିରଫ କରୁଛନ୍ତି। ଅନ୍ୟପଟେ ସଞ୍ଜୟଙ୍କ ଗିରଫକୁ ବିରୋଧ କରି ଆପ୍ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..