Report Card Odisha

| Daily Odia News

ଶାହାରୁଖ୍‌ ଖାନ୍‌ଙ୍କୁ ‘ୱାଇପ୍ଲସ୍‌’ ସୁରକ୍ଷା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବଲିଉଡ୍‌ ଚଳଚ୍ଚିତ୍ର ଅଭିନେତା ଶାହାରୁଖ୍‌ ଖାନ୍‌ଙ୍କ ସୁରକ୍ଷା ବ୍ୟବସ୍ଥା ‘ୱାଇପ୍ଲସ୍‌’ ବର୍ଗକୁ ବୃଦ୍ଧି କରାଯିବ | ଆଜି ଏନେଇ ମହାରାଷ୍ଟ୍ର ସରକାର ଆଦେଶ ଦେଇଛନ୍ତି। ଚଳଚ୍ଚିତ୍ର ‘ଯବାନ୍‌’ର ସଫଳତା ଯୋଗୁଁ ହତ୍ୟା ଧମକ ଆସିଛି ବୋଲି ଲିଖିତ ଅଭିଯୋଗ ହେବା ପରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ‘ଭିଆଇପି ସିକ୍ୟୁରିଟି’ର ‘ଆଇଜି’ ଶାହାରୁଖ ଖାନ୍‌ଙ୍କ ସୁରକ୍ଷା ଉନ୍ନୀତ କରିଛନ୍ତି। ଏହି ସୁରକ୍ଷା ସେବା ପାଇଁ ଘରୋଇ ଭାବେ ପାଣ୍ଠି ଯୋଗାଣର ବ୍ୟବସ୍ଥା ଥିବାରୁ ନିଜେ ଶାହାରୁଖ ସମସ୍ତ ଖର୍ଚ୍ଚ ବହନ କରିବେ। ଏଥି ନିମନ୍ତେ ଯାହା କିଛି ଅର୍ଥ ଖର୍ଚ୍ଚ ହେବ, ଶାହାରୁଖ ଖାନ୍‌ ରାଜ୍ୟ ସରକାରଙ୍କୁ ସେ ବାବଦ ଅର୍ଥ ପୈଠ କରିବେ।

Breaking News