ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ୧୦ ତାରିଖ ଅର୍ଥାତ ଆସନ୍ତାକାଲି ଦିଆଯାଇଥିବା ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ସ୍ଥଗିତ ରଖାଯାଇଛି । ବସ୍ ଧର୍ମଘଟ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଅକ୍ଟୋବର ୩୧ ଯାଏଁ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ। ବିଭିନ୍ନ ଦାବି ପୂରଣ ନେଇ ବସ୍ ଧର୍ମଘଟ ଡାକରା ଦେଇଥିଲା ବସ୍ ମାଲିକ ସଂଘ। ଆଜି ସିଏମ୍ଓ ଓ ବସ୍ ମାଲିକ ସଂଘ ବୈଠକ ବସିଥିଲା। ବୈଠକ ସଫଳ ହୋଇନଥିଲେ ମଧ୍ୟ ଆଲୋଚନା ସକାରାତ୍ମକ ହୋଇଥିବା ବସ୍ ସଂଘ ପକ୍ଷରୁ କୁହାଯାଇଥିଲା। ଅପରାହ୍ନରେ ବସ୍ ମାଲିକ ସଂଘ କର୍ମକର୍ତ୍ତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ବିଭିନ୍ନ ଦାବି ଉପରେ ଆଲୋଚନା ହୋଇଥିଲା। ବୈଠକ ପରେ ବସ୍ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା ବସ୍ ମାଲିକ ସଂଘ।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ…..