ରିପୋର୍ଟ କାର୍ଡ / ବଲାଙ୍ଗିର
ବଲାଙ୍ଗିରରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ରାଲି ବେଳେ ଉଭୟ ବିଜେପି ନେତା ପିଟାପିଟି ହୋଇଛନ୍ତି। ବିଜାଖମନରୁ ରାଜ୍ୟ ସଭାପତି ମନମୋହନ ସାମଲ ଓ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ ଏକ ଶୋଭଯାତ୍ରାରେ ଆସି ଅପରାହ୍ନ ପ୍ରାୟ ୫ଟା ବେଳେ ବଲାଙ୍ଗିରରେ ପହଞ୍ଚିଥିଲେ। ଏହି ସମୟରେ ମନମୋହନ ସାମଲଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିବାକୁ ଚେଷ୍ଟା କରିଥିଲେ | ୨୦୧୯ ବଲାଙ୍ଗିର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିବା ଅନନ୍ତ ଦାସ ଓ ନିଜକୁ ବିଜେପି ନେତା କହୁଥିବା ବଳରାମ ସିଂହ ଯାଦବ।ବାରଣ କରାଯିବା ସତ୍ତ୍ୱେ ଅନନ୍ତ ଦାସ ରାଜ୍ୟ ସଭାପତି ମନମୋହନ ସାମଲ ସବାର ହୋଇଥିବା ଜିପ୍ରେ ଚଢ଼ି ତାଙ୍କୁ ପୁଷ୍ପଗୁଚ୍ଛ ଦେବାକୁ ପ୍ରୟାସ କରିଥିଲେ। ସେ ଜିପ୍କୁ ଚଢ଼ୁଥିବା ବେଳେ ଗୋପାଳଜୀ ପାଣିଗ୍ରାହୀ ତାଙ୍କୁ ବାରଣ କରିଥିଲେ। ଫଳରେ ଦୁହିଁଙ୍କ ମଧ୍ୟରେ ଟଣାଓଟରା ଓ ହାତାହାତି ହୋଇଥିଲା। ତା’ଭିତରେ ଗୋପାଳଜୀ ପ୍ରାଣିଗ୍ରାହୀ ଜିପ୍ରୁ ପଡ଼ି ଯାଇଥିଲେ। ଏହା ପରେ ଗୋପାଳଜୀ ପାଣିଗ୍ରାହୀଙ୍କ ସମର୍ଥକମାନେ ଅନନ୍ତ ଦାସଙ୍କୁ ମାଡ଼ମାରିଥିଲେ। ଏହି ଭିଡିଓ ସୋସିଆଲ ମେଡିଆରେ ଭାଇରଲ ହେଉଛି |
More Stories
ସୁସ୍ଥ ହେଉଛନ୍ତି ମହାପ୍ରଭୁ, ଆଜି ଚକାକୁ ବିଜେ…..
ଆଜି ମୁମ୍ବାଇ ଯିବେ ନବୀନ…..
ଆଜି ମୋହନ ସରକାରଙ୍କ ବର୍ଷପୂର୍ତ୍ତି ସମାରୋହ; ଆସୁଛନ୍ତି ପ୍ରଧାନମନ୍ତ୍ରୀ….