ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁକଶ୍ମୀରର ଶୋପିଆନ୍ ଆଲିସିପୋରାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ମୃତ୍ୟୁ ହୋଇଛି । ନିକଟସ୍ଥ ଜଙ୍ଗଲରେ ଅଧିକ ଆତଙ୍କବାଦୀ ଲୁଚି ରହିବାର ଆଶଙ୍କାଥିବାରୁ ସର୍ଚ୍ଚ ଅପରେସନ ଜାରିରହିଛି । ମିଳିତ ଅପରେସନ ସମୟରେ ସେନା ଏବଂ ପୋଲିସ ବାହିନୀର ଗୁଳିରେ ଏହି ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି | ଜମ୍ମୁକଶ୍ମୀର ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ସୋମବାର ବିଳମ୍ବିତ ରାତିରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହାପୂର୍ବରୁ ଅକ୍ଟୋବର ୪ରେ ସୁରକ୍ଷା ବାହିନୀ ଦୁଇଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ଏହି ଆତଙ୍କବାଦୀମାନେ କୁଲଗାମର ହୋଇଥିବାବେଳେ ଏହି ଏନକାଉଣ୍ଟରରେ ନିହତ ହୋଇଥିବା ଦୁଇ ଆତଙ୍କବାଦୀଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ପୋଲିସ କହିଛି ଯେ ଏହି ଦୁଇ ଆତଙ୍କବାଦୀଙ୍କ ନାମ ମୋରିଫତ ମକବୁଲ ଏବଂ ଜଜିମ ଫାରୁକ୍ ବୋଲି ଜଣାପଡିଛି | ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ – କାଶ୍ମୀରୀ ପଣ୍ଡିତ ସଞ୍ଜୟ ଶର୍ମାଙ୍କ ହତ୍ୟାରେ ଜଜିମ ଫାରୁକ୍ ସମ୍ପୃକ୍ତ ଥିଲା।






More Stories
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..