ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଜାରିରହିଛି | ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଇସ୍ରାଏଲ ଦୂତାବାସ ଚାରିପାଖରେ ସୁରକ୍ଷାକୁ କଡାକଡି କରିଛି। ମଙ୍ଗଳବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଏହି ଅଧିକାରୀ କହିଛନ୍ତି ଯେ ଇସ୍ରାଏଲ-ହମାସ ବିବାଦକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଇସ୍ରାଏଲ ଦୂତାବାସ ଏବଂ ଚାବଡ ହାଉସ ଚାରିପାଖରେ ସୁରକ୍ଷା ବୃଦ୍ଧି କରିଛି। ଏଥିସହ ସେ କହିଛନ୍ତି ଯେ ନୂଆଦିଲ୍ଲୀରେ ଇସ୍ରାଏଲ ଦୂତାବାସ ଏବଂ କେନ୍ଦ୍ରୀୟ ଦିଲ୍ଲୀର ଚାନ୍ଦନୀ ଚୌକରେ ଥିବା ଚାବଡ ହାଉସରେ ନିୟୋଜିତ ସ୍ଥାନୀୟ ପୋଲିସକୁ କଡା ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଇସ୍ରାଏଲ ଦୂତାବାସ ଏବଂ ଭାରତରେ ଇସ୍ରାଏଲ ରାଷ୍ଟ୍ରଦୂତ ନୋର ଗିଲୋଙ୍କ ସରକାରୀ ବାସଭବନ ବାହାରେ ଅତିରିକ୍ତ ପୋଲିସ ନିୟୋଜିତ କରାଯାଇଛି। ଏହା ବ୍ୟତୀତ ନୂଆଦିଲ୍ଲୀର ପହରଗଞ୍ଜ ଅଞ୍ଚଳରେ ଥିବା ୟିହୁଦୀ ଧାର୍ମିକ ସ୍ଥାନ ଚାବଡ ହାଉସ ନିକଟରେ ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି।






More Stories
୧୫ ନବଜାତ ଜୀବନ୍ତ ଦଗ୍ଧ……
ସ୍ବାଇନ ଫ୍ଲୁ ସଂକ୍ରମଣ ; ସବୁ ସ୍କୁଲକୁ ସତର୍କତା ଜାରି…..
ଆଉ ଭାରୀ କାର୍ଯ୍ୟଭାର ସମ୍ଭାଳି ପାରିବି ନାହିଁ…..