ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀରେ ମନି ଲଣ୍ଡରିଂ ମାମଲାରେ ଇଡି ମଙ୍ଗଳବାର ଆମ ଆଦମୀ ପାର୍ଟି(ଏଏପି) ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ଚଢାଉ କରାଯାଇଛି । ଏହାର ଜବାବରେ ଶିବସେନା ଏମପି ସଞ୍ଜୟ ରାଉତ କହିଛନ୍ତି ଯେ ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ଇଡି ବିରୋଧୀ ଦଳର ନେତାଙ୍କ ଉପରେ ଚଢାଉ ଜାରି ରଖିବ। ମହାରାଷ୍ଟ୍ରରେ ୧୦-୧୨ଜଣଙ୍କ ନାମର ଏକ ତାଲିକା ଅଛି। ଇଡି ନିକଟରେ ଅଜିତ ପାୱାରଙ୍କ ମାମଲା ଥିଲା, ଏକନାଥ ଶିନ୍ଦେଙ୍କ ବିରୋଧରେ ଇଡିର ମାମଲା ଥିଲା, ଅନେକ ନେତା ଜେଲ ଯିବାକୁ ଯାଉଥିଲେ, କ’ଣ ଇଡି ସେମାନଙ୍କ ପାଖକୁ ଯାଉଛି କି ବୋଲି ସଞ୍ଜୟ ପ୍ରଶ୍ନ କରିଛନ୍ତି। ସଞ୍ଜୟ ରାଉତ କହିଛନ୍ତି, ବିରୋଧୀ ଦଳର ପ୍ରମୁଖ ନେତାଙ୍କ ଉପରେ ଚଢାଉ ୨୦୨୪ ପର୍ଯ୍ୟନ୍ତ ଜାରି ରହିବ। ସେ ଆହୁରି ମଧ୍ୟ କହିଛନ୍ତି ଯେଉଁମାନେ ବିରୋଧୀ ଦଳରେ ଅଛନ୍ତି ସେମାନଙ୍କ ଉପରେ ଇଡି, ସିବିଆଇ, ଆଇଟି ଚଢାଉ ଜାରି ରହିବ। ସୂଚନାଯୋଗ୍ୟ, ମନି ଲଣ୍ଡରିଂ ମାମଲାର ତଦନ୍ତ ସଂପର୍କରେ ଇଡି ଦିଲ୍ଲୀର ଆମ ଆଦମୀ ପାର୍ଟି (ଏଏପି) ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ଚଢାଉ କରିଛି।






More Stories
ଏପ୍ରିଲ ୨୨ରେ କେଦାରନାଥ…..
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..