Report Card Odisha

| Daily Odia News

ଆଫଗାନିସ୍ତାନ ଭୂକମ୍ପରେ ମୃତ୍ୟୁସଂଖ୍ୟା ୪ ହଜାର ଟପିଲା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶ୍ଚିମ ଆଫଗାନିସ୍ତାନରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ୪ ହଜାର ଅତିକ୍ରମ କରିଛି | ଭୂକମ୍ପରେ ପ୍ରାୟ ୨ ହଜାର ଘର ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି। ଆଫ୍‌ଗାନ କର୍ତ୍ତୃପକ୍ଷଙ୍କ ତଥ୍ୟ ଅନୁଯାୟୀ ଦୁର୍ଭାଗ୍ୟଜନକ ଭାବେ ଭୂକମ୍ପରେ ମୃତ୍ୟୁସଂଖ୍ୟା ୪ ହଜାର ଟପିଛି ଏବଂ ଲଗାତାର ବଢ଼ୁଛି। ପ୍ରାୟ ୨୦ ଗ୍ରାମରେ ୧୯୮୦ରୁ ୨ ହଜାର ଘର ମାଟିରେ ମିଶିଯାଇଛି। ଉଲ୍ଲେଖଯୋଗ୍ୟ, ଶନିବାର ଆଫଗାନିସ୍ତାନର ହେରତ ପ୍ରଦେଶ ଏବଂ ପଡ଼ୋଶୀ ଅଞ୍ଚଳରେ ୬.୨ ତୀବ୍ରତାର ୨ଟି ଶକ୍ତିଶାଳୀ ଭୂକମ୍ପ ହୋଇଥିଲା। ୧ ହଜାରରୁ ଅଧିକ ଉଦ୍ଧାରକାରୀ ସଦସ୍ୟ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଆଫଗାନିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ମହମ୍ମଦ ହାସନ ଅଖୁନ୍ଦ‌ ସୋମବାର ଦିନ ବିଭିନ୍ନ ଅଧିକାରୀଙ୍କ ସହ ହେରତ ପ୍ରଦେଶର ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି।

 

Breaking News