ରିପୋର୍ଟ କାର୍ଡ / ଭୁବନେଶ୍ୱର
ଛାତ୍ରଛାତ୍ରୀ ଶୁଣିବେ ‘ଭାରତୀୟ ହକି’କୁ ନବୀନଙ୍କ ଅବଦାନ ଗାଥା | ଏଣିକି ପ୍ରତ୍ୟେକ ସୋମବାର ରାଜ୍ୟର ସମସ୍ତ ସରକାରୀ,ବେସରକାରୀ ଓ ଅନୁଦାନପ୍ରାପ୍ତ କଲେଜ କ୍ୟାମ୍ପସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଣଗାନ କରାଯିବ । ଭାରତୀୟ ହକିର ପୁନରୁଦ୍ଧାର ଓ ହୃତଗୌରବ ଫେରାଇବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନର ଗାଥା କ୍ୟାମ୍ପସରେ କଲେଜ ପିଲାମାନଙ୍କୁ ଅବଗତ କରାଯିବ । ଏହାସହିତ କ୍ୟାମ୍ପସରେ ନବୀନଙ୍କ ଫଟୋଚିତ୍ର ସହ ଭାରତୀୟ ହକି ଦଳକୁ ଅଭିନନ୍ଦନର ସନ୍ଦେଶ ଥିବା ବଡ଼ ବଡ଼ ବ୍ୟାନର କଲେଜ କ୍ୟାମ୍ପସରେ ଲାଗିବ । ଭାରତୀୟ ହକିର ବିକାଶ ଯାତ୍ରା ଅନେକାଂଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ସମର୍ଥନ ଓ ଆଶୀର୍ବାଦ ଯୋଗୁ ସମ୍ଭବପର ହୋଇପାରିଛି । ମୁଖ୍ୟମନ୍ତ୍ରୀ ହିଁ ଓଡ଼ିଶାକୁ ହକିର ବିଶ୍ୱସ୍ତରୀୟ ହବରେ ପରିଣତ କରିଛନ୍ତି ଏଭଳି କିଛି ସନ୍ଦେଶକୁ କଲେଜ କ୍ୟାମ୍ପସର ଛାତ୍ରଛାତ୍ରୀମାନଙ୍କ ଅବଗତ କରାଇବାକୁ ପ୍ରିନ୍ସିପାଲମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……