Report Card Odisha

| Daily Odia News

‘ଲକ୍ଷ୍ମୀ’ ଯୋଜନା ଆରମ୍ଭ କରି ମୁଁ ବହୁତ ଖୁସି….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମାଲକାନଗିରି ଓଡିଶା ବିକାଶର ଲଞ୍ଚିଂ ପ୍ୟାଡ। ‘ଲକ୍ଷ୍ମୀ’ ଯୋଜନା ଆରମ୍ଭ କରି ମୁଁ ବହୁତ ଖୁସି। ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ‘ଲକ୍ଷ୍ମୀ’ ଯୋଜନାର ଶୁଭାରମ୍ଭ କରି ଆୟୋଜିତ କାର୍ଯ୍ୟକ୍ରମରେ ନିଜ ଉଦବୋଧନରେ ଏପରି କହିଛନ୍ତି। ଆଜି ଠାରୁ ମାଲକାନଗିରିରେ ଆରମ୍ଭ ହୋଇଛି ‘ଲକ୍ଷ୍ମୀ’ ଯୋଜନା। ମୁଖ୍ୟମନ୍ତ୍ରୀ କହିଛନ୍ତି, ମାଲକାନଗିରି ମୋ ପାଇଁ ବହୁତ ପ୍ରିୟ। ମାଲକାନଗିରି ସହ ମୁଁ ରହିଛି। ରାଜ୍ୟରେ ଯାତ୍ରୀ ପରିବହନ କ୍ଷେତ୍ରରେ ନୂଆ ଅଧ୍ୟାୟ ଲେଖାହେଲା। ଗୁରୁପ୍ରିୟା ସେତୁ ମାଲକାନଗିରି ବିକାଶର ମାଇଲଖୁଣ୍ଟ ବୋଲି କହିଛନ୍ତି। ଆଜି ମାଲକାନଗିରି ଗସ୍ତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ‘ଲକ୍ଷ୍ମୀ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରାୟ ୧୯୨ କୋଟି ବ୍ୟୟରେ ୧୮ଟି ଲୋକାଭିମୁଖି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟୟରେ ୬ଟି ଜିଲା ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ଗଜପତି ଜିଲାରେ ଲକ୍ଷ୍ମୀ ବସ୍‌‌ ସେବା ଆରମ୍ଭ ହୋଇଛି। ମାଲକାନଗିରିରେ ୩୬ଟି ଲକ୍ଷ୍ମୀ ବସ୍‌‌ ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସାରା ଓଡିଶାରେ ଚଳାଚଳ କରିବ ଲକ୍ଷ୍ମୀ ବସ୍‌‌। ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଲକ୍ଷ୍ମୀ ବସର ଶୁଭାରମ୍ଭ କରିବା ସହ ମୁଖ୍ୟମନ୍ତ୍ରୀ ଏହି ବସ୍‌‌ରେ ଯାତ୍ରା ମଧ୍ୟ କରିଛନ୍ତି। ଏହାସହ ୯୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

 

Breaking News