Report Card Odisha

| Daily Odia News

ଇସ୍ରାଏଲରୁ ଆସିବେ ଭାରତୀୟ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇସ୍ରାଏଲରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଆଜିଠାରୁ ଆରମ୍ଭ ହେବ ଅପରେସନ ଅଜୟ। ଅପରେସନ ଆରମ୍ଭ ହେବା ପୂର୍ବରୁ ଏହାର ସମୀକ୍ଷା କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର। ଆଜି ସନ୍ଧ୍ୟାରୁ ଏହା ବିଧିବଦ୍ଧ ଭାବେ ଆରମ୍ଭ ହେବ। ଏଥିପାଇଁ ଉଦ୍ଧାର ଅପେକ୍ଷାରେ ଥିବା ଭାରତୀୟମାନେ ପଞ୍ଜୀକରଣ ମଧ୍ୟ ଆରମ୍ଭ କରିଦେଇଛନ୍ତି। ଆଜି ହୋଇଥିବା ସମୀକ୍ଷା ବୈଠକ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଭାରତୀୟ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ମନ୍ତ୍ରଣାଳୟର ଟିମ ପ୍ରସ୍ତୁତ ହୋଇ ଅଛି। ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଆଜି ଅପରେସନ ଅଜୟର ପ୍ରସ୍ତୁତି କେମିତି ରହିଛି, ତା’ର ସମୀକ୍ଷା କରିଛନ୍ତି |

Breaking News