ରିପୋର୍ଟ କାର୍ଡ / ଭୁବନେଶ୍ୱର
ସରକାରୀ ଡାକ୍ତରଖାନାଗୁଡ଼ିକରେ କାର୍ଯ୍ୟ କରୁଥିବା ଡାକ୍ତରଙ୍କୁ ସି-ଅଫ୍ ମିଳିବ। ସରକାରୀ ଛୁଟି ଦିନରେ କାମ କରୁଥିବା ଡାକ୍ତରଙ୍କୁ ସି-ଅଫ୍ ଦେବାକୁ ଘୋଷଣା କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ସରକାରୀ ଛୁଟି ଦିନରେ କାମ କଲେ ବିକଳ୍ପ ଭାବେ ଡାକ୍ତରମାନଙ୍କୁ ଛୁଟି ଦିଆଯିବ। ଯେଉଁ ମାସରେ କାମ କରିଥିବେ ସେହି ମାସର ଯେକୌଣସି ଦିନ ସେମାନେ ଛୁଟି ନେଇପାରିବେ। ସେହିପରି CL କିମ୍ବା EL ସହ ସି-ଅଫକୁ ସାମିଲ କରାଯିବ ନାହିଁ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ, ରୋଗୀ ସେବା ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ମେଡିକାଲ ଅଧୀକ୍ଷକ ଓ ଇନ୍ଚାର୍ଜଙ୍କୁ ରୋଷ୍ଟର ଡ୍ୟୁଟି ବ୍ୟବସ୍ଥା କରିବାକୁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……