ରିପୋର୍ଟ କାର୍ଡ / ଜଗତସିଂହପୁର
ଡାକ୍ତରଙ୍କ ଏତେ ସମ୍ପତ୍ତି ଦେଖି ତାଯୁବ ହୋଇଯାଇଛନ୍ତି ସିବିଆଇ ଅଧିକାରୀ । ସୂଚନା ଥାଉକି, କିଛି ମାସର ବ୍ୟବଧାନ ପରେ ପାରାଦୀପ ବନ୍ଦରରେ ପୁଣି ଥରେ ସିବିଆଇ ଚଢ଼ଉ କରିଛି । ବନ୍ଦରର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଏକ ସିପିଂ କମ୍ପାନୀରୁ ଲାଞ୍ଚ ନେବା ବେଳେ ଧରାପଡ଼ିବା ପରେ ସିବିଆଇ ଟିମ୍ ପାରାଦୀପ ମଧୁବନ ଅଞ୍ଚଳର ଭୂୟାଁଛକରେ ଥିବା ପୋର୍ଟ ହେଲ୍ଥ ଅର୍ଗାନାଇଜେସନ୍ କାର୍ଯ୍ୟାଳୟରେ ଚଢ଼ଉ କରି ଯାଞ୍ଚ୍ ଚଳାଇଥିବା ସୂଚନା ମିଳିଛି । ଏମିନେନ୍ସ ସିପିଂ ଏଜେଣ୍ଟ ଠାରୁ ପଚାଶ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଗୁରୁବାର ଧରାପଡିଥିବା ପାରାଦୀପ ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ ଡଃ ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ଠାରୁ କୋଟିଏ ଟଙ୍କା ସହ ବିଦେଶୀ ମଦ ଓ ସିଗାରେଟ ଜବତ ସୂଚନା । ପାରାଦୀପ ଭୁଇଁଆ ଛକରେ ଥିବା କାର୍ଯ୍ୟାଳୟ ରେ ଟଙ୍କା ନେଉଥିବା ବେଳେ ଅପରାହ୍ଣରେ ମାଡି ବସିଥିଲା ସିବିଆଇ । ପାରାଦୀପ ବନ୍ଦରକୁ ଆସୁଥିବା ଜାହାଜର କ୍ରିୟୁ ମେମ୍ବରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିବା ସହ ରିପୋର୍ଟ ପାଇଁ ରାଜେନ୍ଦ୍ର ନାରାୟଣ ଅନେକ ସମୟରେ ବିଭିନ୍ନ ସିପିଂ ଏଜେଣ୍ଟଙ୍କ ଠାରୁ ଜୁଲମ କରି ଟଙ୍କା ନେଉଥିବା ଅଭିଯୋଗ ହୋଇ ଆସୁଥିଲା । ସିବିଆଇର ଅଧିକାରୀ ମାନେ ସତର୍କତାର ସହିତ ଆସି ତାଙ୍କୁ ପଚାଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଟଙ୍କା ସହ ଧରିଥିବା ଓ ତାଙ୍କ ବନ୍ଦର ସରକାରୀ ବାସଭବନ ହାଉସିଂ ବୋର୍ଡର ଭଡ଼ା ଘର ଓ କଟକ ଘରେ ମଧ୍ୟ ଚଢାଉ ହେଉଥିବା ଓ ବହୁ କାଗଜପତ୍ର ଜବତ ହୋଇଥିବା ଜଣାପଡ଼ିଛି ।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……