ରିପୋର୍ଟ କାର୍ଡ / ଭୁବନେଶ୍ୱର
ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ସିବିଆଇ ଗିରଫ କରିଛି । ୨୪ ଘଣ୍ଟା ଧରି ଜେରା, ରେଡ୍ ଏବଂ ପଚରାଉଚରା ପରେ ଆଜି ଗିରଫ କରିଛି ସିବିଆଇ। ଏହାସହ ସିବିଆଇ ରାଜେନ୍ଦ୍ରଙ୍କୁ ଭୁବନେଶ୍ୱର ଆଣି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କରିଛି । କୋଭିଡ୍ କ୍ଲିୟରାନ୍ସ ସାର୍ଟିଫିକେଟ୍ ପାଇଁ ଶିପିଂ ଏଜେଣ୍ଟଙ୍କ ଠାରୁ ଲାଞ୍ଚ ନେବା ବେଳେ ଗତକାଲି ଧରାପଡ଼ିଥିଲେ ରାଜେନ୍ଦ୍ର। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ୧୦ଜଣିଆ ସିବିଆଇ ଟିମ୍ ପଚରାଉଚରା କରିଥିଲେ।। ପରେ ରାଜେନ୍ଦ୍ରଙ୍କ ପାରାଦୀପରେ ଥିବା ଅଫିସ୍ ସମେତ ଜେ.ବି କଲୋନୀରେ ଥିବା କ୍ୱାର୍ଟର୍ସ ଓ ହାଉସିଂ ବୋର୍ଡ କଲୋନୀରେ ଥିବା ଭଡ଼ା ଘରେ ଚଢ଼ାଉ କରାଯାଇଥିଲା।






More Stories
ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ……
୧୭ରୁ ବଜେଟ ଅଧିବେଶନ: ଆଜି ସର୍ବଦଳୀୟ ବୈଠକ…..
ଦାୟିତ୍ୱ ବାଣ୍ଟିଲେ ନବୀନ…..