Report Card Odisha

| Daily Odia News

ଡ୍ରୋନ୍‌ ଆକ୍ରମଣରେ ୨ ହମାସ୍‌ କମାଣ୍ଡର ନିହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦକ୍ଷିଣ ଇସ୍ରାଏଲରେ ଆରମ୍ଭ ହୋଇଥିଲା ଅତର୍କିତ ଆକ୍ରମଣରେ ମାତ୍ର ୨୦ ମିନିଟ୍‌ ମଧ୍ୟରେ ହମାସ୍‌ ଆତଙ୍କବାଦୀ ଗୋଷ୍ଠୀ ପକ୍ଷରୁ ଇସ୍ରାଏଲ ଉପରେ ୫ ହଜାରରୁ ଅଧିକ ରକେଟ୍‌ ମାଡ଼ କରାଯାଇଥିଲା। ଏହି ଭୟଙ୍କର ଆକ୍ରମଣର ନେତୃତ୍ବ ନେଇଥିବା ହମାସ୍‌ ଆତଙ୍କବାଦୀ ଗୋଷ୍ଠୀର ଦୁଇ ଜଣ ଶୀର୍ଷ କମାଣ୍ଡରଙ୍କୁ ଇସ୍ରାଏଲ ସେନା ନିପାତ କରିଛି । ଇସ୍ରାଏଲ ବାୟୁସେନାର ଡ୍ରୋନ୍‌ ଆକ୍ରମଣରେ ହମାସ୍‌ ଆତଙ୍କବାଦୀ ଗୋଷ୍ଠୀର ଶୀର୍ଷ କମାଣ୍ଡର ଅଲି କ୍ବାଦୀ ଏବଂ ଅବୁ ମେରାଦ ନିପାତ ହୋଇଥିବା ଇସ୍ରାଏଲ ପ୍ରତିରକ୍ଷା ବାହିନୀ ପକ୍ଷରୁ କୁହାଯାଇଛି। କ୍ବାଦୀ ହମାସ୍‌ ‌ଗୋଷ୍ଠୀର ନୁଖବା ୟୁନିଟ୍‌ର ମୁଖ୍ୟ କମାଣ୍ଡର ଥିଲା। ଏକ୍ସରେ ଏକ ପୋଷ୍ଟ୍‌ କରି ଇସ୍ରାଏଲ ବାୟୁସେନା ପକ୍ଷରୁ ଏହା ସ୍ପ‌ଷ୍ଟ କରାଯାଇଛି। ଗାଜାରେ ହମାସ୍‌ ଅପରେସନ ସେଣ୍ଟର ଉପରେ ଚଢ଼ଉ ଆରମ୍ଭ କରିଥିବା ଇସ୍ରାଏଲ ସେନାର ଆକ୍ରମଣରେ ଅନ୍ୟ ଜଣେ ହମାସ ଆତଙ୍କବାଦୀ ମଧ୍ୟ ନିପାତ ହୋଇଛି। ହମାସ୍‌ ଅପରେସନ ସେଣ୍ଟରଗୁଡ଼ିକ ଉପରେ ଇସ୍ରାଏଲ ସ୍ଥଳସେନାର ଆକ୍ରମଣ ମଧ୍ୟ ଆରମ୍ଭ ହୋଇଯାଇଛି।

Breaking News