Report Card Odisha

| Daily Odia News

ଆମେରିକାକୁ ପୁଟିନଙ୍କ ଚେତାବନୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକାକୁ ଚେତାବନୀ ଦେଇ କହିଛନ୍ତି | କହିଛନ୍ତି ଯଦି ଆମେରିକା ରୁଷ୍‌ ସହ ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ ହୁଏ ତା’ହେଲେ ଏହା ସଂପୂର୍ଣ୍ଣ ଭିନ୍ନ ସ୍ତରର ଯୁଦ୍ଧ ହେବ। ଆମେରିକା ନିଜର ପାରମ୍ପରିକ ସାମରିକ ଶକ୍ତିର ବିସ୍ତାର କରି ରୁଷ୍‌ ଓ ଚୀନ୍‌ ସହ ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ ହେବା ଉଚିତ ବୋଲି ଆମେରିକା କଂଗ୍ରେସର ଏକ କମିଟି ପ୍ରସ୍ତାବ ଦେବା ପରେ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ପୁଟିନ ଏଭଳି ମତ ରଖିଛନ୍ତି । ପୁଟିନ କହିଛନ୍ତି ଆମେ ସମସ୍ତେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛେ କାରଣ ଶାନ୍ତି ହାସଲ କରିବାକୁ ହେଲେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ।

Breaking News