ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସର୍ବସାଧାରଣ ସ୍ଥାନରେ ନମାଜ, ପୂଜା କିମ୍ବା ଅନ୍ୟ କୌଣସି ଧାର୍ମିକ କାର୍ଯ୍ୟକଳାପ କରାଯାଇ ପାରିବ ନାହିଁ। ଅକ୍ଟୋବର ୧୫ରୁ ୩୧ ତାରିଖ ପର୍ଯ୍ୟନ୍ତ ନଏଡା ଓ ଗ୍ରେଟର ନଏଡାରେ ସିଆରପିସିର ଧାରା ୧୪୪ ଅନୁଯାୟୀ କଟକଣା ବଳବତ୍ତର ରହିବ ଏବଂ ୧୫ରୁ ଅଧିକ ଲୋକଙ୍କ ଅନଧିକୃତ ସମାବେଶ ଓ ଶୋଭାଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ଗୌତମବୁଦ୍ଧ ନଗର ପୋଲିସ ଶନିବାର ନିର୍ଦ୍ଦେଶ ଦେଇଛି। ନବରାତ୍ରି ପୂର୍ବରୁ ଜାରି ହୋଇଥିବା ଆଦେଶ ଅନୁଯାୟୀ,ଯେଉଁ ବିବାଦୀୟ ସ୍ଥାନରେ ପରମ୍ପରାଗତ ଭାବେ ପୂଜା ଓ ନମାଜ ପାଠ କରାଯାଏ ନାହିଁ ସେଠାରେ ପୂଜା ଓ ନମାଜ ସମେତ କୌଣସି ପ୍ରକାର ଧାର୍ମିକ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ନାହିଁ କିମ୍ବା ଅନ୍ୟମାନଙ୍କୁ ଏଥିପାଇଁ କେହି ପ୍ରୋତ୍ସାହିତ କରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି। ଅନ୍ୟ ଧର୍ମର ଧାର୍ମିକ ଗ୍ରନ୍ଥକୁ କେହି ଅପମାନିତ କରିବେ ନାହିଁ। ଧାର୍ମିକ ସ୍ଥଳର କାନ୍ଥରେ କେହି ଧାର୍ମିକ ପତାକା, ପୋଷ୍ଟର କିମ୍ବା ବ୍ୟାନର ଲଗାଇବେ ନାହିଁ କି ଏଥିରେ କାହାକୁ ସମର୍ଥନ କରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।






More Stories
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….