Report Card Odisha

| Daily Odia News

ସମଲିଙ୍ଗୀ ବିବାହକୁ ନେଇ ରାୟ ଦେଲେ ସୁପ୍ରିମକୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ସମଲିଙ୍ଗୀ ବିବାହକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ରାୟ ଶୁଣାଇଛନ୍ତି। ସମଲିଙ୍ଗୀ ବିବାହ ରାୟ ଶୁଣାଇ ସୁପ୍ରମିକୋର୍ଟ ଖଣ୍ଡପୀଠ ମତ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ବୈଷମ୍ୟ ବିରୋଧୀ ଆଇନ ଆଣିବାକୁ କହିଲେ ସର୍ବୋଚ୍ଚ ନ୍ୟାୟାଳୟ। ବୈଷମ୍ୟ ବିରୋଧୀ ଆଇନ ବା ଆଣ୍ଟି ଡିସ୍‌‌କ୍ରିମିନେସନ ଲ’ ଅଣାଯାଉ’। ବୈଷମ୍ୟ ବିରୋଧୀ ଆଇନ ଆଣିବାକୁ ମତଦେଲେ ପ୍ରଧାନ ବିଚାରପତି। ପ୍ରଧାନ ବିଚାରପତିଙ୍କ ମତକୁ ଜଷ୍ଟିସ କୌଲ ମଧ୍ୟ ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି। ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ରାୟ ଶୁଣାଇ କହିଛନ୍ତି, ଜୀବନ ସାଥୀ ବାଛିବାରେ ସମସ୍ତଙ୍କ ଅଧିକାର ରହିଛି। ସମଲିଙ୍ଗୀ ସମ୍ପର୍କ କେବଳ ଏକ ସହରୀ ବିଚାରଧାରା ନୁହେଁ। ଏଲଜିବିଟି ବର୍ଗଙ୍କୁ ଲିଙ୍ଗଗତ କାରଣରୁ ଅଧିକାରରୁ ବଞ୍ଚିତ କରାଯାଇ ପାରିବନି। କୌଣସି ବ୍ୟକ୍ତିକୁ ହରମୋନ ଥେରାପି ପାଇଁ ବାଧ୍ୟ କରାଯାଇ ପାରିବନି। ସମଲିଙ୍ଗୀ ବିବାହକୁ ମାନ୍ୟତା ସଂସଦର ଅଧିକାର ବୋଲି କହିଛନ୍ତି ସିଜେଆଇ। ସମଲିଙ୍ଗୀଙ୍କ ପାଇଁ ଉଚିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Breaking News