ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଭୟଙ୍କର ରୂପ ନେଇଛି । ଏହି ଯୁଦ୍ଧରେ ୪୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଗାଜାର ଏକ ହସ୍ପିଟାଲ ଉପରେ ଏୟାର ଷ୍ଟ୍ରାଇକ୍ ହୋଇ ପ୍ରାୟ ୫ ଶହରୁ ଅଧିକ ଲୋକଙ୍କ ଜୀବନ ଚାଲି ଯାଇଛି। ଏହି ଆକ୍ରମଣକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଗାଜାର ମଧ୍ୟ ଭାଗରେ ଥିବା ଏକ ହସ୍ପିଟାଲ ଉପରେ ଏହି ଏୟାର ଷ୍ଟ୍ରାଇକ୍ ହୋଇଛି। ଯୁଦ୍ଧରେ ଗୁରୁତର ଆହତ ଅନେକ ଲୋକେ ଏହି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଅନେକ ଶରଣାର୍ଥୀ ମଧ୍ୟ ଏଠାରେ ଆଶ୍ରୟ ନେଇଥିଲେ। ଏହି ଏୟାର ଷ୍ଟ୍ରାଇକ୍ ପରେ ରୋଗୀଙ୍କ ସମେତ ଅନ୍ୟମାନଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଗାଜା ଉପରେ ହୋଇଥିବା ଏହି ଏୟାର ଷ୍ଟ୍ରାଇକ୍ ପଛରେ ଆତଙ୍କବାଦୀଙ୍କ ହାତ ଥିବା ସହ ଇସ୍ରାଏଲ ସେନା ଏଥିରେ ସମ୍ପୃକ୍ତ ନାହାନ୍ତି ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କହିଛନ୍ତି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….