ରିପୋର୍ଟ କାର୍ଡ / ସୁନ୍ଦରଗଡ଼
ସୁନ୍ଦରଗଡ଼ରେ ଗଣେଶ ପୂଜା ଭସାଣି ଉତ୍ସବ ମଞ୍ଚ ଉପରେ ‘ମେ ହୁଁ ଡନ୍’ ଗୀତରେ ନୃତ୍ୟ କରି ଚର୍ଚ୍ଚାକୁ ଆସିଥିଲେ ଶ୍ରମମନ୍ତ୍ରୀ ସାରଦା ନାୟକ। ମଙ୍ଗଳବାର ରାତିରେ ସୁନ୍ଦରଗଡ଼ରେ ଆୟୋଜିତ କୱାଲି କାର୍ଯ୍ୟକ୍ରମରେ ମନ୍ତ୍ରୀ ପୁଳାପୁଳା ଟଙ୍କା ଉଡାଇବା ଦୃଶ୍ୟ ସୋସିଆଲ ମେଡିଆରେ ଭାଇରାଲ ହେବା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ମୁସଲିମ ୟୁଥ୍ କମିଟି ପକ୍ଷରୁ ଆୟୋଜିତ କୱାଲି କାର୍ଯ୍ୟକ୍ରମରେ ଗୀତ ପରିବେଷଣ ସମୟରେ ପୁଳାପୁଳା ଟଙ୍କା ଉଡିଥିଲା । କିଏ ୫୦୦ ଟଙ୍କିଆ ତ ଆଉ କିଏ ଶହେ, କିଏ ୨୦୦ ଟଙ୍କିଆ ନୋଟ ପୁଣି କେହି କେହି ୧୦ ଟଙ୍କିଆ, ୨୦ ଟଙ୍କିଆ ନୋଟ୍ ଉଡାଉଥିଲେ। ଏଥିରେ ଅତିଥି ଭାବେ ଯୋଗ ଦେଇଥିବା ମନ୍ତ୍ରୀ ସାରଦା ନାୟକ ମଧ୍ୟ ଟଙ୍କା ଉଡାଇଥିଲେ। କେତେବେଳେ ମନ୍ତ୍ରୀ କୱାଲି ଗାୟକଙ୍କ ମୁଣ୍ଡ ଉପରେ ଟଙ୍କା ଉଡ଼ାଉଥିଲେ ତ କେତେ ବେଳେ ଗାୟକଙ୍କ ହାତକୁ ଗୋଟିଏ ପରେ ଗୋଟିଏ ନୋଟ ବଢାଇ ଉଠିବା ଦେଖିବାକୁ ମିଳିଥିଲା |






More Stories
ଆମ ବସ୍’ ଯାତ୍ରା ମାଗଣା…..
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..
ଶ୍ରୀମନ୍ଦିର ପରିସରରେ ହାତାହାତି…..