Report Card Odisha

| Daily Odia News

ବଢ଼ିଲା ସିସୋଦିଆଙ୍କ ହାଜତ ରହଣି ଅବଧି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆଜି ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ ଅଦାଲତ ମନୀଷ ସିସୋଦିଆଙ୍କ ହାଜତ ରହଣି ମିଆଦକୁ ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅବକାରୀ ନୀତିରେ ଦୁର୍ନୀତି କରାଯାଇଥିବା ଅଭିଯୋଗରେ ‘ସିବିଆଇ’ଦ୍ବାରା ଗିରଫ ହୋଇ ସିସୋଦିଆ ଫେବ୍ରୁଆରି ୨୬ ତାରିଖରୁ ହାଜତରେ ଅଛନ୍ତି। ଆର୍ଥିକ ଦୁର୍ନୀତି ହୋଇଛି ବୋଲି ‘ସିବିଆଇ’ର ‘ଏଫ୍‌ଆଇଆର୍‌’କୁ ଆଧାର କରି ତିହାର ଜେଲ୍‌ରେ ଜେରା କରିବା ପରେ ମାର୍ଚ ୯ ତାରିଖ ଦିନ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ମଧ୍ୟ ତାଙ୍କୁ ଗିରଫ କରିଥିଲା। ସୂଚନାଯୋଗ୍ୟ, ଫେବ୍ରୁଆରି ୨୮ ତାରିଖ ଦିନ ସିସୋଦିଆ ଦିଲ୍ଲୀ କ୍ୟାବିନେଟ୍‌ରୁ ଇସ୍ତଫା ଦେଇଥିଲେ। ମାମଲା ସୁପ୍ରିମ୍‌ କୋର୍ଟରେ ଆଲୋଚନା କରାଯିବା ପରେ ଦିଲ୍ଲୀ ଅଦାଲତ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଦିଲ୍ଲୀ ଅବକାରୀ ନୀତିରେ ଆଂଶିକ ପରିବର୍ତ୍ତନ ଲାଗି ଲାଞ୍ଚ କାରବାର ହୋଇଛି ବୋଲି ସୁପ୍ରିମ୍‌ କୋର୍ଟଙ୍କୁ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ କହି ଚିନ୍ତା ପ୍ରକଟ କରିଥିଲା।

Breaking News