ରିପୋର୍ଟ କାର୍ଡ / ମୁମ୍ବାଇ
‘ରିଲାଏନ୍ସ୍ ଇଣ୍ଡଷ୍ଟ୍ରିଜ୍’ର ଅଧ୍ୟକ୍ଷ ମୁକେଶ ଅମ୍ବାନି ମୃତ୍ୟୁ ଧମକ ଇ-ମେଲ୍ ମାଧ୍ୟମରେ ଆସିଛି | ଏକଥା ଆଜି ମୁମ୍ବାଇ ପୋଲିସ କହିଛି। ୨୦ କୋଟି ଟଙ୍କା ନ ଦେଲେ ତାଙ୍କୁ ହତ୍ୟା କରାଯିବ ବୋଲି ଜଣେ ଅଜ୍ଞାତ ବ୍ୟକ୍ତିଙ୍କଦ୍ବାରା ମୁକେଶ ଅମ୍ବାନିଙ୍କ କମ୍ପାନିକୁ ଆସିଥିବା ଏହି ଇ-ମେଲ୍ରେ କୋଟିପତି ମୁକେଶଙ୍କୁ କୁହାଯାଇଛି ବୋଲି ପୋଲିସ ଗଣମାଧ୍ୟମକୁ ସୂଚନା ଦେଇଛି। ଇ-ମେଲ୍ରେ ଉଲ୍ଲେଖ ଅଛି: ଆପଣ ଆମକୁ ୨୦ କୋଟି ଟଙ୍କା ନ ଦେଲେ ଆମେ ଆପଣଙ୍କୁ ହତ୍ୟା କରିବୁ। ଆମ ପାଖରେ ଭାରତର ସର୍ବୋତ୍ତମ ଲକ୍ଷ୍ୟଭେଦୀ ଗୁଳି ଚାଳନାକାରୀ (ସୁଟର୍) ଅଛନ୍ତି। ମୁକେଶ ଅମ୍ବାନୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀଙ୍କ ଅଭିଯୋଗ ଆଧାରରେ ମୁମ୍ବାଇର ଗାମଦେବୀ ପୁଲିସ ‘ଆଇପିସି’ ଧାରା ୩୮୭ ଓ ୫୦୬ (୨) ଅନୁଯାୟୀ ଉକ୍ତ ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଉଲ୍ଲେଖଯୋଗ୍ୟ, ହତ୍ୟା ଧମକ ପାଇବା ମୁକେଶଙ୍କ ପାଇଁ ଏହା ପ୍ରଥମ ଘଟଣା ନୁହେଁ। ଗତବର୍ଷ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରବର୍ଗଙ୍କୁ ଫୋନ୍ ଯୋଗେ ହତ୍ୟା ଧମକ ଦେଇଥିବା ବିହାରର ଦରଭଙ୍ଗା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।






More Stories
ଆଫଗାନିସ୍ତାନରେ ବୋମା ମାଡ଼ କଲା ପାକ୍……
୧୫ IPS ଅଫିସରଙ୍କୁ ୧୭ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ…..
ମମତା ଙ୍କ ଘରେ ସିଆଇଡ଼ି ଚଢ଼ାଉ…..