ରିପୋର୍ଟ କାର୍ଡ / କଟକ
କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପିଏ କହି କଟକର ଏକ ଘରୋଇ ହସ୍ପିଟାଲ ମାଲିକଠୁ ୪୬ ହଜାର ଟଙ୍କା ଲୁଟିଥିଲା ସାଇବର ଲୁଟେରା । ପୋଲିସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି । ଗିରଫ ଲୁଟେରା ଜଣକ ହେଲା ଅନୁଗୋଳ ଜିଲ୍ଲା କିଶୋରନଗର ଅଞ୍ଚଳର ସୌମ୍ୟରଞ୍ଜନ ପ୍ରଧାନ ଓରଫ ସୁଲଗ୍ନା। ସେ ଜଣେ କିନ୍ନର । ଅଭିଯୋଗ ଅନୁଯାୟୀ, ଗତ ସେପ୍ଟେମ୍ବର ୭ ତାରିଖରେ ହସପିଟାଲ ମାଲିକଙ୍କୁ ଅବିକଳ ମନ୍ତ୍ରୀଙ୍କ ସ୍ୱରରେ କଥା ହୋଇଥିଲା ସୁଲଗ୍ନା। ଜଣେ ମହିଳାଙ୍କ ମାଧ୍ୟମରେ ଏକ ହୋମ ଯଜ୍ଞ ନାଁରେ ୩୧ କେଜି ଘିଅର ଆବଶ୍ୟକତା ଥିବା କହିଥିଲା । ମନ୍ତ୍ରୀ ଫୋନ କରିଥିବା ବିଶ୍ୱାସ କରି ସଂପୃକ୍ତ ହସ୍ପିଟାଲର ମାଲିକ ଫୋନ୍ ପେ ଜରିଆରେ ୪୬ ହଜାର ଟଙ୍କା ପଠାଇଥିଲେ। ପରେ ସେ ସାଇବର ଠକାମୀର ଶିକାର ହୋଇଥିବା ଜାଣିପାରିଥିଲେ। ପରେ ସେ ସାଇବର ଥାନାରେ ଏତଲା ଦେଇଥିଲେ। ପୋଲିସ ଘଟଣାର ତଦନ୍ତ କରି ସୁଲଗ୍ନାକୁ ଗିରଫ କରିଥିବା ସୂଚନା ମିଳିଛି |
More Stories
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..