Report Card Odisha

| Daily Odia News

ଆଇଏଫଏସ୍ ଅଫିସରସ୍ତରରେ ଅଦଳବଦଳ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ସରକାର ଆଇଏଫଏସ୍ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି । ଆଇଏଫଏସ୍ ସୁଶାନ୍ତ ନନ୍ଦଙ୍କୁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ-ବନ୍ୟପ୍ରାଣୀ(ପିସିସିଏଫ-ୱାଇଲଡ୍ ଲାଇଫ) ଏବଂ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ( ସିଏଡବ୍ଲ୍ୟୁଏଲଡବ୍ଲ୍ୟୁ) ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଛି । ସୁଶୀଲ କୁମାର ପୋପଲି ମଙ୍ଗଳବାର ଚାକିରିରୁ ଅବସର ନେବାପରେ ଏହି ପଦ ଖାଲି ପଡ଼ିଥିଲା । ବୁଧବାର ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ) ଓ ହେଡ୍ ଅଫ ଫରେଷ୍ଟ ଫୋର୍ସ (ଏଚଓଏଫଏଫ) ଭାବେ କାର୍ଯ୍ୟରତ ଶ୍ରୀ ନନ୍ଦଙ୍କୁ ସରକାର ପୁଣି ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ସେ ଅତିରିକ୍ତ ଦାୟିତ୍ୱ ଭାବେ ସିଡିଏ ଓ ପିଡି ଆଇସିଜେଏମପି ଦାୟିତ୍ୱରେ ଅଛନ୍ତି । ଶ୍ରୀ ପୋପଲିଙ୍କ ଅବସର ଯୋଗୁ ଖାଲି ପଡ଼ିଥିବା ପ୍ରଧାନ ମୁଖ୍ୟ ବନ ସଂରକ୍ଷକ-ବନ୍ୟପ୍ରାଣୀ(ପିସିସିଏଫ-ୱାଇଲଡ୍ ଲାଇଫ) ଏବଂ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ( ସିଏଡବ୍ଲ୍ୟୁଏଲଡବ୍ଲ୍ୟୁ) ଦାୟିତ୍ୱକୁ ଅତିରିକ୍ତ ଭାବେ ତୁଲାଇବେ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ତତ୍କାଳ ପ୍ରଭାବରୁ ତାଙ୍କୁ ଏହି ପଦରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Breaking News