Report Card Odisha

| Daily Odia News

ଘରେ ପଶି ଛାତ୍ରଙ୍କ ବେକ କାଟିଦେଲେ ଦୁର୍ବୃତ୍ତ…..

ରିପୋର୍ଟ କାର୍ଡ / ଜଟଣୀ

ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀ ଗଡ଼ସାହି ଗାଁରେ ଦୁର୍ବୃତ୍ତର ଛୁରାମାଡ଼ରେ ଜଣେ ନାବାଳକର ମୃତ୍ୟୁ ହୋଇଛି। ପରୀକ୍ଷା ଥିବାରୁ ଘରେ ବସି ଛାତ୍ର ଜଣକ ପାଠ ପଢ଼ୁଥିଲେ। ଠିକ୍‌ ସେହି ସମୟରେ ଜଣେ ଯୁବକ ଘରେ ପଶି ତାଙ୍କ ବେକ କାଟି ଦେଲେ। ଜଟଣୀ ଥାନା ବେଣାପଞ୍ଜରୀ ଗାଁ ମନୋଜ କୁମାର ପାଲ୍‌ଟାସିଂ ହେଉଛନ୍ତି ଜଣେ ଶିକ୍ଷକ। ତାଙ୍କ ପୁଅ ହେଉଛି ଶୁଭମ୍‌ ସ୍ୱରୂପ ପାଲଟାସିଂ। ସେ ଜଣେ ମେଧାବୀ ଛାତ୍ର ଥିଲେ। ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ୁଥିଲେ। ଆଜି ଶୁଭମର ପରୀକ୍ଷା ଥିଲା। ତେଣୁ ସେ ଗତକାଲି ସନ୍ଧ୍ୟା ବେଳେ ତଳ ମହଲାରେ ବସି ପାଠ ପଢ଼ୁଥିଲେ। ହତ୍ୟାର କାରଣ ଜଣାପଡ଼ି ନଥିଲେ ମଧ୍ୟ ସ୍କୁଲର ପୂର୍ବ ଗଣ୍ଡଗୋଳ କିମ୍ବା ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ଏହି ଛୁରାମାଡ଼ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Breaking News