ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିକଟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାପାଇଁ ମନା କରିଦେଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ଏହି ରାୟକୁ ବିରୋଧ କରି ଉକ୍ତ ମାମଲାର ଜଣେ ଆବେଦନକାରୀ ଉଦିତ ସୁଦ୍ ରିଭ୍ୟୁ ପିଟିସନ୍ ଦାଖଲ କରିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ଅସଙ୍ଗତ ଓ ବିରୋଧାତ୍ମକ ବୋଲି ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି। ଆବେଦନରେ ଦର୍ଶାଯାଇଛି ଯେ କ୍ବିର୍ ସମ୍ପ୍ରଦାୟ ସମ୍ମୁଖୀନ ହୋଇଥିବା ଭେଦଭାବ ଏହି ରାୟରେ ସ୍ବୀକାର କରାଯାଇଛି କିନ୍ତୁ ଭେଦଭାବର କାରଣ ହଟାଯାଇନାହିଁ। ସମଲିଙ୍ଗୀ ଦମ୍ପତିଙ୍କ ସମାନ ଅଧିକାରକୁ ଅସ୍ବୀକାର କରି ସେମାନଙ୍କୁ ମଣିଷଙ୍କଠାରୁ କମ୍ ଦେଖାଯାଉଛି। ଉଲ୍ଳେଖଯୋଗ୍ୟ, ସୁପ୍ରିମକୋର୍ଟ ଗତ ଅକ୍ଟୋବର ୧୭ ତାରିଖରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ଦେବାକୁ ମନା କରିଦେଇଥିଲେ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….