Report Card Odisha

| Daily Odia News

ଇନ୍‌ସ୍‌ପେକ୍ଟର୍‌ଙ୍କ ଗୁପ୍ତାଙ୍ଗ କାଟିବା ମାମଲା:ଆତ୍ମସମର୍ପଣ କଲେ କନେଷ୍ଟବଳ ଦମ୍ପତି…..

ରିପୋର୍ଟ କାର୍ଡ / ହାଇଦ୍ରାବାଦ

ଗୁରୁବାର ହାଇଦ୍ରାବାଦ ଅନ୍ତର୍ଗତ ମେହ୍‌ବୁବ୍‌ନଗରରେ ଜଣେ ମହିଳା କନେ‌ଷ୍ଟବଳ ଓ ତାଙ୍କ ସ୍ବାମୀ ଛୁରିଦ୍ବାରା ଜଣେ ଇନ୍‌ସ୍‌ପେକ୍ଟର୍‌ଙ୍କ ଗୁପ୍ତାଙ୍ଗ କାଟିବାକୁ ଉଦ୍ୟମ କରି ତାଙ୍କୁ ସାଙ୍ଘାତିକ ଆହତ କରିପକାଇଥିଲେ | ଆହତ ପୋଲିସ ଇନ୍‌ସ୍‌ପେକ୍ଟର୍‌ଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ପରେ ପରେ ଆତ୍ମସମର୍ପଣ କରିଥିବା କନେଷ୍ଟବଳ ଦମ୍ପତିଙ୍କୁ ଜେରା କରାଯାଉଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଏହି ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଅତୀତରେ ଉକ୍ତ ମହିଳା କନେଷ୍ଟବଳ ଓ ଇନ୍‌ସ୍‌ପେକ୍ଟର୍‌ଙ୍କ ମଧ୍ୟରେ କ‌ୌଣସି ସମ୍ପର୍କ ଥିବା ଅଥବା ଏହା ଉତ୍ପୀଡ଼ନ ମାମଲା ବୋଲି ସନ୍ଦେହ କରି ପୋଲିସ ତଦନ୍ତ ଚଳାଇଛି। ସଂଗୃହୀତ ସୂଚନା ଅନୁସାରେ, ଆହତ ହୋଇଥିବା ୪୦ ବର୍ଷିୟ ଇନ୍‌ସ୍‌ପେକ୍ଟର୍‌ ଇଫ୍‌ତେକର୍‌ ଅହମଦ୍‌ ମେହବୁବ୍ ନଗର ଜିଲ୍ଲାର ‘ସେଣ୍ଟ୍ରାଲ୍‌ କ୍ରାଇମ୍‌ ଷ୍ଟେସନ୍‌’ରେ କାମ କରନ୍ତି। କନେଷ୍ଟବଳ ଦମ୍ପତି ମଧ୍ୟ ମେହବୁବ୍‌ନଗର ସହରରେ ନିଯୁକ୍ତ ହୋଇଛନ୍ତି। ୨୦୦୨ ବ୍ୟାଚ୍‌ର ଇନ୍‌ସପେକ୍ଟର୍‌ ଇଫ୍‌ତେକର୍‌ ଗଡ୍‌ୱାଲ୍‌ର ବାସିନ୍ଦା। ସେ ବିବାହିତ ଓ ତାଙ୍କର ପୁଅଟିଏ ଅଛି। ସେହିପରି, ୨୦୦୯ ବ୍ୟାଚ୍‌ର କନେଷ୍ଟବଳ ଦମ୍ପତିଙ୍କର ୨ଜଣ ସନ୍ତାନ ଅଛନ୍ତି। ପୂର୍ବରୁ ଉକ୍ତ ୩୫ ବର୍ଷୀୟ ମହିଳା କନେଷ୍ଟବଳ ଇନ୍‌ସ୍‌ପେକ୍ଟର୍‌ ଇଫ୍‌ତେକର୍‌ଙ୍କ ସହିତ କାମ କରୁଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ବୁଧବାର ଦିନ ମହିଳା କନେଷ୍ଟବଳଜଣକ ରାତି ଡିୟୁଟି କରୁଥିବା ତାଙ୍କ ସ୍ବାମୀଙ୍କୁ ସୂଚନା ଦେଲେ ଯେ, ଇନ୍‌ସ୍‌ପେକ୍ଟର୍‌ ତାଙ୍କୁ (ମହିଳା କନେଷ୍ଟବଳ) ଫୋନ୍‌ କରି କହିଛନ୍ତି ଯେ, ଗୁରୁବାର ସକାଳେ ସେ ଘରକୁ ଆସିବେ।

Breaking News