ରିପୋର୍ଟ କାର୍ଡ / ଭୁବନେଶ୍ୱର
ରେଞ୍ଜ ରୋଭର ଦୁର୍ଘଟଣାରେ ଗୁରୁତର ହୋଇ ଚିକତ୍ସା ହେଉଥିବା ଯୁବତୀଙ୍କର ମୃତ୍ୟୁ ହୋଇଛି | ମୃତ ଯୁବତୀ ହେଲେ ଲୋପାମୁଦ୍ରା ସାହୁ। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଲୋପାମୁଦ୍ରା ଆଖିବୁଝିଛନ୍ତି । ୨ ଦିନ ହେବ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁସାରେ- ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ଅବସରପ୍ରାପ୍ତ ସିଆରପିଏଫ ଯବାନ କାହ୍ନୁଚରଣ ନାୟକ ଏବେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଅବସ୍ଥା ବି ସଙ୍କଟାପନ୍ନ ରହିଛି। ଗତ ୩୧ ତାରିଖ ଅପରାହ୍ନରେ ଭୁବନେଶ୍ୱରର ପାୱାର ହାଉସ ଛକରେ ଏକ ରେଞ୍ଜ ରୋଭର ଧକ୍କାରେ ବାଇକ୍ରେ ଯାଉଥିବା କାହ୍ନୁଚରଣ ଓ ଲୋପାମୁଦ୍ରା ଗୁରୁତର ହୋଇଥିଲେ। ଉକ୍ତ ଦାମୀ ଗାଡ଼ି କାହାର ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ତାହା ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କ କମ୍ପାନୀର ଗାଡ଼ି ବୋଲି ଜଣାଯାଇଛି।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ…..